​​​କଣ ଏହି ‘ରେ’ ସିଣ୍ଡ୍ରମ ଯେଉଁଥିରେ ଚାଲିଗଲା ଶୁବଜିତର ଜୀବନ, କେମିତି ନିଜ ପିଲାଙ୍କୁ ଏଥିରୁ ସୁରକ୍ଷା ଦେବେ, ପ୍ରତ୍ୟେକ ବାପାମା'ଙ୍କ ପାଇଁ ଜରୁରୀ କଥା

 
Rey syndrome
୮ ବର୍ଷ ବୟସର ଶିଶୁ ଶୁବଜିତ୍ । ଦୁନିଆ ବିଷୟରେ କିଛି ନ ଜାଣୁନୁ ସବୁ ଦିନ ପାଇଁ ଦୁନିଆକୁ ଛାଡ଼ି ଚାଲି ଯାଇଛି ସେ । ହେଲେ ଏକ ବିରଳ ରୋଗରେ ତାର ଜୀବନ ଯିବା ସମସ୍ତଙ୍କୁ ଚକିତ କରିଛି ।ଏକ ନୂଆ ରୋଗ ବିଷୟରେ ଜାଣିବା ପରେ ସାଧାରଣତଃ ଅନ୍ୟ ଅଭିଭାବକମାନଙ୍କ ମନରେ ମଧ୍ୟ ଭୟ ସୃଷ୍ଟି କରିଛି ।

Subhojit

ତେବେ ଆସନ୍ତୁ ଜାଣିବା କେଉଁ ରୋଗରେ ପୀଡିତ ଥିଲା ଶୁବଜିତ୍ ଏବଂ ଏହି ରୋଗ କାହିଁକି ଏତେ ଭୟଙ୍କର ଯେ କି ନେଇଗଲା ଏକ ଛୋଟ ଶିଶୁର ଜୀବନ....

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଶୁବଜିତ୍ କୁ ହୋଇଥିବା ରୋଗଟିର ନାମ ହେଉଛି ରେ ସିଣ୍ଡ୍ରୋମ । ଯାହା ଏତେ ଭୟଙ୍କର ଯେ କ୍ଷଣ ମାତ୍ରକେ ନେଇଯିବ ଜୀବନ । ଏହି ରୋଗଟି ୫ ରୁ ୧୫ ବର୍ଷ ପିଲାଙ୍କ ପାଇଁ ଘାତକ ଅଟେ । ତେବେ ଆସନ୍ତୁ ଜାଣିବା ଏହି ରୋଗର କଣ ସବୁ ରହିଛି ଲକ୍ଷଣ...

ଆଆକ୍ରାନ୍ତ ହୋଇଥିବା ପିଲାଙ୍କ କ୍ଷେତ୍ରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ । 

• ହଠାତ୍ ସୁଗାର୍ ଲେବଲ ହ୍ରାସ ପାଇଥାଏ । 

• ଆମୋନିଆ ଓ ଏସିଡ଼ିଟି ରକ୍ତରେ ବୃଦ୍ଧି ପାଇଥାଏ ।

• ଲିଭର୍ ହଠାତ୍ ଫୁଲି ଯାଇଥାଏ ।

• ମୋଟା ପଣ ବଢିବାରେ ଲାଗି ଥାଏ ।

• ଏବଂ ଆକ୍ରାନ୍ତ ଶିଶୁ ହଠାତ୍ ଚେତା ଶୂନ୍ୟ ହୋଇ ଯାଆନ୍ତି ।

Reye syndrome

ଏହା ସାଧାରଣତଃ ଭୂତାଣୁ ଜନିତ ସଂକ୍ରମଣ ଯେପରିକି ଥଣ୍ଡା , ଜ୍ଵର , କାଶ ଓ ହାଡଫୁଟି ଆଦି ହେବାର ତିନି ରୁ ଚାରି ଦିନ ପର ଠାରୁ ଦେଖା ଦେଇଥାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ପିଲା ମାନେ ଆସ୍ପ୍ରିଂ ମେଡିସିନ୍ ସାଧାରଣରେ ନେଉଥାନ୍ତି ସେମାନଙ୍କ କ୍ଷେତ୍ରରେ ହିଁ ଏହି ରେ ସିଣ୍ଡ୍ରୋମ ଦେଖା ଦେଇଥାଏ ।