ସ୍ତନରେ ଯନ୍ତ୍ରଣା ସହିତ ଅନିୟମିତ ଋତୁସ୍ରାବ ହେଉଛି କି? ସାବଧାନ! ନହେଲେ ହେବ ଏହି ବଡ଼ ଅସୁବିଧା

 

ଆଜିକାଲି ମହିଳା ମାନଙ୍କ ଠାରେ କ୍ୟାନ୍ସର, ଖାସ୍ କରି ବ୍ରେଷ୍ଟ କ୍ୟାନ୍ସର ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହି ପ୍ରକାର କ୍ୟାନ୍ସରକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଦ୍ୱାରା ନିୟମିତ ଭାବରେ ସଚେତନ କରାଯାଉଥିଲେ ହେଁ ସାମାନ୍ୟ ହେୟଜ୍ଞାନ ଜୀବନ ବିପଦରେ ପକାଇ ଦେଉଛି।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ମହିଳାମାନଙ୍କ ସ୍ତନରେ ଫାଇବ୍ରୋଡେନୋମା ଥାଏ ଯାହା ସେମାନଙ୍କ ସ୍ତନରେ ଏକ ପ୍ରକାର ଟ୍ୟୁମର ସମସ୍ୟା ସୃଷ୍ଟି କରିଥାଏ। ଅନିୟମିତ ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀ ଏହାର ମୁଖ୍ୟ କାରଣ ଅଟେ। ଏହା ଆଗକୁ ଯାଇ ମହିଳା ମାନଙ୍କ ଠାରେ PCOD ସମସ୍ୟା ସୃଷ୍ଟି କରିପାରେ।

କେଶ ଝଡିବା ସମସ୍ୟା, ଅନିୟମିତ ଋତୁ ସ୍ରାବ, ଜ୍ୱର ଏବଂ କେତେକ କ୍ଷେତ୍ରରେ ଛାତିରେ ଯନ୍ତ୍ରଣା ଏହାର ମୁଖ୍ୟ ଲକ୍ଷଣ ଅଟେ। ପ୍ରାୟତଃ ଏହା ଯୁବତୀ ଏବଂ ବୟସ୍କ ମହିଳା ମାନଙ୍କ ଠାରେ ଦେଖା ଯାଉଥିବା ଏକ ପ୍ରକାର ଫାଇବ୍ରୋଡେନୋମାସ୍ ଟ୍ୟୁମର୍ ଅଟେ। ଏହି ଟ୍ୟୁମର୍ ଗ୍ଲାଣ୍ଡୁଲାର୍ ଏବଂ ଫାଇବ୍ରସ୍ ଟିସୁକୁ ନେଇ ସୃଷ୍ଟି ହେଇଥାଏ।

ଏହି ଟ୍ୟୁମର ଖୁବ୍ ମନ୍ଥର ଗତିରେ ବଢିଥାଏ। ତେଣୁ, ତୁରନ୍ତ ଚିହ୍ନଟ କରିବା ସମ୍ଭବ ହୋଇନଥାଏ। ତେବେ, ଏହା ଆଗକୁ ଯାଇ ସ୍ତନ କର୍କଟର ରୂପ ନେବାର କ୍ଷମତା ରଖିଛି। ତେଣୁ, ମହିଳା ମାନଙ୍କ ସ୍ତନ ଆବଶ୍ୟକ ଠାରୁ ଅଧିକ ବଡ଼ ଜଣାପଡିବା, ଦରଜ ରହିବା ଏବଂ ଅନ୍ୟାନ୍ୟ କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରିବା ଉଚିତ।

ଆହୁରି ପଢ଼ନ୍ତୁ:- ​ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରୁ ଲଢ଼ିବେ ନବୀନ! ହିଂଜିଳି ଛାଡ଼ି ଲଢିବେ ଭୁବନେଶ୍ୱରରୁ, ଜାଣନ୍ତୁ ପୁରା ଖବର