ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରୁ ଲଢ଼ିବେ ନବୀନ! ହିଂଜିଳି ଛାଡ଼ି ଲଢିବେ ଭୁବନେଶ୍ୱରରୁ, ଜାଣନ୍ତୁ ପୁରା ଖବର

 
Nabin Srimayi aparjita
ଏଥର ଭୁବନେଶ୍ୱରରେ ମଇଦାନ୍ କୁ ଓହ୍ଲାଇବେ ନବୀନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଭୁବନେଶ୍ଵରରେ ଦେଖିବାକୁ ମିଳିବ ନିଆରା ମୌସମ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ । ଭୁବନେଶ୍ବରରେ କିଏ ? ଶ୍ରୀମୟି ନା ଅପରାଜିତା ! ବିଜେଡ଼ି ନା ବିଜେପି ! ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିବ ଏକ ଦମ୍ ଦାର୍ ଲଢେଇ । 

ତ୍

ଏପଟେ ବିଜେଡିର ରଣନୀତି ସହ ତାଳ ଦେବା ପାଇଁ ବିଜେପି ମଧ୍ୟ ଆରମ୍ଭ କରି ସାରିଲାଣି ଓଡ଼ିଶା ଅକ୍ତିୟାର ପଦ୍ଧତି । ଏଥରକ ହୁଏ ତ ମଇଦାନରେ ଓହ୍ଲାଇବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଓଡ଼ିଶାରେ ମଧ୍ୟ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ହେଲେ ସେ ଯାହା ହେଉ ନା କାହିଁକି ଏଥର କିନ୍ତୁ ଭୁବନେଶ୍ୱରକୁ ଆଉ ହାତରୁ ଯିବାକୁ ଦେବନି ବିଜେଡ଼ି । ୨୦୧୯ ନିର୍ବାଚନରେ ବିଜେଡ଼ିର ଯେଉଁ ଭୁଲ୍ ପାଇଁ ବିଜେପି ଭୁବନେଶ୍ୱରରେ ଚାନ୍ସ ମାରିଥିଲା ସେହି ଭୁଲ୍ କୁ ଏଥର ଆଉ ପୁଣି ଦୋହରାଇବନି ବିଜେଡ଼ି । ଦରକାର ପଡିଲେ ଏପରିକି ନିଜେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଶ୍ରୀମୟୀଙ୍କ ପାଇଁ ପ୍ରଚାର କରିବେ ବୋଲି ଶୁଣିବାକୁ ମିଳୁଛି ।

ଦଳର ଫୁଲ୍ ଟାର୍ଗେଟ ରେ ରହିଛି ଭୁବନେଶ୍ୱର । ଏଥର ଭୁବନେଶ୍ୱରରେ ଅପରାଜିତାଙ୍କ ବିପକ୍ଷରେ ବିଜେଡ଼ି ତରଫରୁ ଲଢ଼ିବାକୁ ଯାଉଛନ୍ତି ଶ୍ରୀମୟୀ ମିଶ୍ର । ଶ୍ରୀମୟୀଙ୍କୁ ଜିତାଇବା ପାଇଁ ଦଳ ନିଜର ସମସ୍ତ ସାଂସଦଙ୍କୁ ଲଗାଇ ଦେଇଛି । ଦରକାର ପଡିଲେ ଦଳ ନିର୍ବାଚନ ଖର୍ଚ୍ଚର ସମସ୍ତ ପୁଞ୍ଜି ଲଗାଇ ଦେବ ଭୁବନେଶ୍ୱରରେ । ହେଲେ ଭୁବନେଶ୍ୱରକୁ କିନ୍ତୁ ଏଥର ହାତରୁ ଯିବାକୁ ଦେବ ନାହିଁ । 

Aparajita Srimayi

ଦେଖିବା ବାକି ରହିଲା ବିଜେଡିର ଏଭଳି ଆଭିମୁଖ୍ୟରେ କିଭଳି ପଦକ୍ଷେପ ନେଉଛି ବିଜେପି । କଣ ପୂର୍ବ ଭଳି ଏଥରକ ବି ଭୁବନେଶ୍ୱର ବାସି ଅପରାଜିତାଙ୍କୁ ଚାହିଁବେ ନା ଶ୍ରୀମୟୀଙ୍କୁ ଏକ ନୂଆ ସୁଯୋଗ ଦେବେ ତାହା ଦେଖିବା ବାକି ରହିଲା ।