ଦେଖନ୍ତୁ ଭିଡିଓ: ମୃତ୍ୟୁ ପରେ ବବି ମିଶ୍ର ଶୁଣାଇଲେ ପିଣ୍ଟୁ ନନ୍ଦଙ୍କ ଶେଷ କଥା, ଏମିତି କହୁଥିଲେ ପିଣ୍ଟୁ ନନ୍ଦ

 

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାନ୍ତି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ସେ ନିଜ ଶେଷ ନିଶ୍ୱାସ ନେଇଥିଲେ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଅଡିଓ ଭାଇରଲ ହେବାରେ ଲାଗିଛି । ତାହା ହେଉଛି ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପୂର୍ବର ଶେଷ ଭଏସ, ଯାହାକୁ ବବି ମିଶ୍ର ସମସ୍ତଙ୍କୁ ଶୁଣାଇଥିଲେ ।

ଆହୁରି ପଢନ୍ତୁ :- ବିବାହ ପରେ ମଧ୍ୟ ନିଜର ପ୍ରଥମ ପ୍ରେମିକାକୁ ହୃଦୟରେ ରଖିଥିଲେ ପିଣ୍ଟୁ ନନ୍ଦ, ଜାଣନ୍ତୁ ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ବିଷୟରେ

<a href=https://youtube.com/embed/BTgtUCI1DNo?autoplay=1&mute=1><img src=https://img.youtube.com/vi/BTgtUCI1DNo/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କହିଦଉଛୁ ଯେ ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ । ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେଣୁ ସେ ଦିଲ୍ଲୀ ଯାଇଥିଲେ । ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ହେଲେ ତାଙ୍କୁ ସେଠାରେ ଡୋନର ନମିଳିବାରୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।