ବିବାହ ପରେ ମଧ୍ୟ ନିଜର ପ୍ରଥମ ପ୍ରେମିକାକୁ ହୃଦୟରେ ରଖିଥିଲେ ପିଣ୍ଟୁ ନନ୍ଦ, ଜାଣନ୍ତୁ ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ବିଷୟରେ

 
pintu love life

ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାନ୍ତି। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ତାଙ୍କ ଅନ୍ତିମ ନିଶ୍ୱାସ ନେଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କଠୁ ନେଇ ବଡ଼ ବଡ଼ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ପିଣ୍ଟୁ ପିଲାବେଳେ ପ୍ରଥମେ କାହାକୁ ଦେଇଥିଲେ ନିଜର ମନ ଓ ହୃଦୟ ଏହି ବିଷୟରେ ସେ ନିଜେ ଖୁଲାସା କରିଥିଲେ । ନିଜର ଏକ ପୁରୁଣା ସାକ୍ଷାତକାରରେ ମନ ଖୋଲି କହିଥିଲେ ସେ ନିଜ ପ୍ରେମ କାହାଣୀ କଥା ।

ପିଣ୍ଟୁଙ୍କର ପ୍ରଥମ ପ୍ରେମ କାହାଣୀ କଣ ଥିଲା?

ଏହି ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲି, ଆମର ସାହିତ୍ୟ ଦିଦି ଥିଲେ । ଏବେ ସେ ଦୁନିଆରେ ଅଛନ୍ତି କି ନାହାଁନ୍ତି ମୁଁ ଜାଣିନି, ଭଗବାନ କରନ୍ତୁ ସେ ବଞ୍ଚିଥାଆନ୍ତୁ ଓ ସୁଖରେ ଥାଆନ୍ତି । ମୁଁ ଦିଦିଙ୍କ ପାଇଁ ସ୍କୁଲ ଯାଉଥିଲି। ତାଙ୍କୁ ନଦେଖିଲେ ମୋ ଛାତିରେ କଷ୍ଟ ଅନୁଭବ ହୋଇଥିଲା ।"

Pintu-Nanda-Wife-Pratibha-Nanda

"ମୋର ପ୍ରଥମ ଭଲ ପାଇବା ସେହି ଜଣେ ମ୍ୟାଡମ୍ ଥିଲେ । ଆଉ ଯେତେବେଳେ ମ୍ୟାଡମଙ୍କର ହାଠତ ଟ୍ରାନ୍ସଫର ହୋଇଗଲା ମୁଁ ଚାରି ଦିନ ଘରେ ଖାଇନଥିଲି । ମୁଁ ବହୁତ କଷ୍ଟ ଅନୁଭବ କରିଥିଲି । ଏହା ପରେ ଭାବିଥିଲି ଜୀବନରେ କେବେ କାହାକୁ ଭଲ ପାଇବି ନାହିଁ । ଆଉ ଯାହାକୁ ବି ଭଲ ପାଇବି ତାଙ୍କ ସାଥିରେ ରହିବି ।" "ମ୍ୟାଡମଙ୍କ ଭଲ ପାଇବା ମାତୃତୁଲ୍ୟ ଥିଲା । ହେଲେ ମୋର ପ୍ରଥମ ପ୍ରେମ ସେ ହି ଥିଲେ । ଏହା କୌଣସି ବୟଫ୍ରେଣ୍ଡ କିମ୍ବା ଗର୍ଲଫ୍ରେଣ୍ଡଙ୍କ ପ୍ରେମ ପରି ନଥିଲା । ମୋର ଆଦର୍ଶ ରୂପେ ମୁଁ ତାଙ୍କୁ ଭଲ ପାଉଥିଲି ।’’ ମ୍ୟାଡମଙ୍କ ସହ ନିଜ ପତ୍ନୀଙ୍କ ବିଷୟରେ ମଧ୍ୟ ଏହି ସାକ୍ଷାତକାରରେ ସେ ଅନେକ କଥା କହିଥିଲେ । ପତ୍ନୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ତାଙ୍କ ଜୀବନରେ ଆସିଥିବାରୁ ।