ଦେଖନ୍ତୁ ଭିଡ଼ିଓ: ଦିନେ ବଡ ଦାନ୍ତକୁ ନେଇ ଲୋକେ କରୁଥିଲେ ସମାଲୋଚନା, ଆଜି ହୋଇପାରିଛନ୍ତି ଆଗଧାଡ଼ିର ଅଭିନେତ୍ରୀ

 

ତାରା ତାରିଣୀ ଟିଭି ସିରିଏଲର ପ୍ରମୁଖ ନାୟିକା ଭାବରେ ଘରେ ଘରେ ପରିଚିତ ସୁମନ ପଟ୍ଟନାୟକ। ରିଆଲିଟି ସୋରୁ ଅଭିନୟ ଜଗତରେ ପାଦ ଥାପିଥିବା ସୁମନ ନିଜର ଅଭିନୟ ଦ୍ୱାରା ପ୍ରାୟ ସମସ୍ତଙ୍କର ପ୍ରିୟ ପାତ୍ର ହେବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସୁମନ ନିଜର ବଡ଼ ଭଉଣୀଙ୍କୁ ଶ୍ରେୟ ଦେଇଥାନ୍ତି। 

ସୁମନଙ୍କ କହିବା ମୁତାବକ ସେ ଭଲ ପାଠ ପଢୁଥିଲେ ତେଣୁ ଅଭିନୟ ପାଇଁ ସମୟ ଦେଇପାରୁନଥିଲେ। କିନ୍ତୁ, ବଡ଼ ଭଉଣୀ ଉତ୍ସାହିତ କରିବାରୁ ସେ ରଜ କୁଇନ ଅଡିସନ ପାଇଁ ଯାଇଥିଲେ। ପ୍ରି ଅଡ଼ିସନରେ ସିଲେକ୍ଟ ହେବାପରେ ସେ ଆଉ ପଛକୁ ଫେରିନଥିଲେ। ରଜ କୁଇନର ପ୍ରମୁଖ ଅଡ଼ିସନକୁ ଆସିବା ସହିତ ସେହିବର୍ଷ ସେ ଫାଇନାଲରେ ମଧ୍ୟ ପହଞ୍ଚିଥିଲେ।

<a href=https://youtube.com/embed/qK_hMM84HhU?autoplay=1&mute=1><img src=https://img.youtube.com/vi/qK_hMM84HhU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ, ସେହି ସମୟରେ ତାଙ୍କ ବଡ଼ ଭଉଣୀ ଏକ ବଡ଼ ଦୁର୍ଘଟଣାର ଶିକାର ହେବାରୁ ଏହା ସୁମନଙ୍କୁ ମାନସିକ ଆଘାତ ଦେଇଥିଲା। ଏହାର ୪-୫ ମାସ ପରେ ତାଙ୍କୁ ସିରିଏଲ ଏବଂ ଆଲବମ୍ ପାଇଁ ଅଫର ଆସିବାକୁ ଲାଗିଥିଲେ।

ସୁମନଙ୍କର ଆଗ ଦାନ୍ତ ସାମାନ୍ୟ ବଡ଼ ହୋଇଥିବାରୁ ଏହାକୁ ନେଇ ଅନେକେ ସମାଲୋଚନା କରିଥିବା ସେ କୁହନ୍ତି। କିନ୍ତୁ, ଏବେ ଦର୍ଶକମାନେ ତାଙ୍କୁ ବେସ୍ ଭଲପାଇବା ଦେଉଥିବା ନେଇ ସୁମନ ଗର୍ବ ଅନୁଭବ କରନ୍ତି।

ଆହୁରି ପଢ଼ନ୍ତୁ:- ମାଧୁରୀ ଦୀକ୍ଷିତ ନିଜ ବ୍ଲାଉଜ ନ ଖୋଲିବାରୁ ତାଙ୍କ ସହ କରାଯାଇଥିଲା ଏହି ଜଘନ୍ୟ କାଣ୍ଡ, ସାମ୍ନାକୁ ଆସିଲା ବଲିଉଡର କଳା ରହସ୍ୟ