ଦେଖନ୍ତୁ ଭିଡ଼ିଓ: ପ୍ରେମ ରେ ଏମିତି ଅନ୍ଧ ହେଲେ ଯେ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ ଛାଡ଼ି ଦିଅର ସହିତ ଫେରାର ହୋଇଗଲେ ମହିଳା ଆଉ ଏବେ….

 

ପ୍ରେମ ଆଗରେ ହାର ମାନିଗଲା ମାଆର ମମତା। ଦୁଇ ଦୁଇଟି ଛୁଆ ଏବଂ ସ୍ୱାମୀକୁ ଛାଡ଼ି ଦିଅର ସହିତ ହୋଇଗଲା ଫେରାର। ଅରବୋଇ ଜିଲ୍ଲା ପୌରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମପଞ୍ଚାୟତର ତେନ୍ତୁଳିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କର ଘର ଛାଡ଼ି ଫେରାର ହୋଇଯିବା ଘଟଣା ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ବିନୋଦ ନାୟକ ୧୪ ବର୍ଷ ତଳେ କାମାକ୍ଷାନଗର ଅଞ୍ଚଳର ମିତା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ରହିଥିଲେ। ସବୁକିଛି ଠିକ୍ ଚାଲିଥିବା ବେଳେ ହଠାତ ତାଙ୍କ ସଂସାର ଉପରେ ସତେ ଯେମିତି କାହାରି ନଜ଼ର ଲାଗିଯାଇଥିଲା।

<a href=https://youtube.com/embed/nvjk6vfY_B4?autoplay=1&mute=1><img src=https://img.youtube.com/vi/nvjk6vfY_B4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସମ୍ପର୍କୀୟ ଦିଅର ସହିତ ମିତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମରେ ଏତେ ଉବୁଟୁବୁ ରହିଥିଲେ ଯେ ୨ଟି ପୁତ୍ର ସନ୍ତାନ ଏବଂ ସ୍ୱାମୀ ମୁହଁକୁ ମଧ୍ୟ ଚାହିଁଲେ ନାହିଁ। ସମସ୍ତଙ୍କୁ ଛାଡି ପ୍ରେମିକ ସହିତ ଛୁ ମାରିଲେ ମିତା। କେବଳ ସେତିକି ନୁହେଁ ଗଲା ବେଳକୁ ଘରୁ ନଗଦ ୧ ଲକ୍ଷ ଟଙ୍କା, ଏଟିଏମ୍ କାର୍ଡ ଏବଂ ସୁନା ଗହଣା ନେଇକି ମଧ୍ୟ ସେ ଫେରାର ହୋଇଯାଇଥିବା ବିନୋଦ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ଓଡ଼ିଆ ସଂସ୍କୃତି ଉପରେ କୁଠାରଘାତ, ପ୍ରଭୁ ଜଗନ୍ନାଥଙ୍କ ଆଗରେ ଚାଲିଛି ଅର୍ଦ୍ଧନଗ୍ନ ନୃତ୍ୟ ଏବଂ...