ବାପା ମୋବାଇଲ୍ ଲୁଚାଇଦେବାରୁ ରାଗିଯାଇ ଝିଅ ବାଡିରେ ପିଟିପିଟି କରିଦେଲା ହତ୍ୟା, ଜାଣନ୍ତୁ ପୂରା ଘଟଣା

 

ଛତିଶଗଡର ବିଲାସପୁର ଜିଲ୍ଲାରେ ମୋବାଇଲ୍ ଫୋନ୍ ଲୁଚାଇଥିବାରୁ ବାପାଙ୍କ ଉପରେ ରାଗିଯାଇ ଝିଅଟି ବାଡିରେ ପିଟିପିଟି ହତ୍ୟା କରିଥିଲା ​​ଏବଂ ମୃତଦେହକୁ ମାଙ୍କ ସହିତ ମିଶି ପୋତି ଦେଇଥିଲା । ପୋଲିସ ମା- ଝିଅକୁ ଗିରଫ କରିଛି । ମଙ୍ଗଳବାର ଦିନ ବିଲାସପୁର ଜିଲ୍ଲା ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲାର କୋଟା ପୋଲିସ ଷ୍ଟେସନ ଅନ୍ତର୍ଗତ କାଞ୍ଚନପୁର ଗ୍ରାମରେ ମାଙ୍ଗାଲୁରାମ ଧନୱାରଙ୍କ ହତ୍ୟା ମାମଲାରେ ପୋଲିସ ମାଙ୍ଗାଲୁରାମଙ୍କ ଝିଅ ଦିବ୍ୟା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଉଭୟ ମହିଳାଙ୍କୁ ଗିରଫ କରିଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦିବ୍ୟା ତାଙ୍କ ବାପାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ, ଯେଉଁଥିପାଇଁ ତାଙ୍କ ବାପା କ୍ରୋଧିତ ହୋଇଥିଲେ । ସେ କହିଥିଲେ ଯେ ଏହି ମାସର 23 ତାରିଖ ଦିନ ଦିବ୍ୟା ତାଙ୍କ ମାଙ୍କ ଘରକୁ ଆସିଥିଲେ । ପରଦିନ, ଜାନୁଆରୀ 24 ରେ, ଯେତେବେଳେ ଦିବ୍ୟା ତାଙ୍କ ମୋବାଇଲ୍ ଫୋନ୍ ଦେଖିନଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କୁ ଏ ବିଷୟରେ ପଚାରିଥିଲେ, କିନ୍ତୁ ବାପା ମଙ୍ଗଲୁରାମ ବୁଲେଇ ବଙ୍କେଇ ଉତ୍ତର ଦେଇଥଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ ମୋବାଇଲ୍ ଫୋନ୍ ନ ପାଇ ଦିବ୍ୟା ଦିନସାରା ତାଙ୍କ ବାପାଙ୍କ ସହ ଝଗଡା କରିଥିଲେ, ତା’ପରେ ତାଙ୍କ ବାପା ତାଙ୍କୁ କହିଥିଲେ ଯେ ସେ ନିଜ ଇଚ୍ଛାରେ ବିବାହ କରିଥିବାରୁ ତାଙ୍କ ଉପରେ ରାଗିଛନ୍ତି ଏବଂ ମୋବାଇଲ୍ ଲୁଚାଇ ରଖିଛନ୍ତି । ଏହା ପରେ କ୍ରୋଧିତ ଦିବ୍ୟା ତାଙ୍କ ବାପାଙ୍କୁ ବାଡିରେ ପିଟିବା ଆରମ୍ଭ କରିଥିଲେ । ଶବ୍ଦ ଶୁଣି ପଡୋଶୀମାନେ ସେଠାରେ ପହଞ୍ଚିବା ପରେ ଦିବ୍ୟା ପଡ଼ୋଶୀମାନଙ୍କୁ ମଧ୍ୟ ଠେଲି ଦେଇଥିଲେ ।

ଆହୁରି ପଢନ୍ତୁ :- ବେଳାଭୂମି ବୁଲେଇବା ବାହାନାରେ ସାଙ୍ଗକୁ ଡାକିନେଇ ଯୌନାଙ୍ଗ କାଟିଦେଲା ସାଙ୍ଗ, ପୂରା ଘଟଣା ଜାଣି ହେବେ ତାଜୁବ୍

ପୋଲିସ ଅଧିକାରୀ କହିଛନ୍ତି ଯେ ପଡୋଶୀମାନେ ଚାଲିଯିବା ପରେ ମଧ୍ୟ ଦିବ୍ୟା ତାଙ୍କ ବାପାଙ୍କୁ ମାଡ ମାରିବା ଜାରି ରଖିଥିଲେ ଏବଂ ପରେ ତାଙ୍କ ମୁଣ୍ଡରେ ଅନେକ ଥର ବାଡ଼ିରେ ମାଡ଼ ମାରିଥିଲେ । ଏହି କାରଣରୁ ମାଙ୍ଗାଲୁରାମ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ସେ କହିଛନ୍ତି ଯେ ବାପାଙ୍କ ମୃତ୍ୟୁ ପରେ ଝିଅ ଦିବ୍ୟା ଏବଂ ତାଙ୍କ ମା ମଙ୍ଗଲୁରାମଙ୍କ ମୃତଦେହକୁ ପ୍ରାଙ୍ଗଣ ନିକଟସ୍ଥ ଏକ ଗର୍ତ୍ତରେ ପୋତି ଦେଇ ସେଠାରୁ ପଳାଇ ଯାଇଥିଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର ଗୋଟିଏ ଦିନ ପରେ, ଜାନୁଆରୀ 25 ରେ, ଜଣେ ଗ୍ରାମବାସୀ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ, ତା’ପରେ ଏକ ପୋଲିସ ଟିମ୍ କୁ ଘଟଣାସ୍ଥଳକୁ ପଠାଯାଇଥିଲା । ସେ କହିଛନ୍ତି ଯେ ପୋଲିସ ମୃତଦେହ ଉଦ୍ଧାର କରି ମହିଳାମାନଙ୍କୁ ଖୋଜିବା ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ମା ଝିଅକୁ ମଙ୍ଗଳବାର ଗିରଫ କରିଛି ।