ବେଳାଭୂମି ବୁଲେଇବା ବାହାନାରେ ସାଙ୍ଗକୁ ଡାକିନେଇ ଯୌନାଙ୍ଗ କାଟିଦେଲା ସାଙ୍ଗ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jounanga

ଧୋକାଦେଲା ସାଙ୍ଗ, ବିଶ୍ରାମ ନେଉଥିବା ବେଳେ ସାଙ୍ଗର ଯୌନାଙ୍ଗ କଟିଦେଲା ଅଭିଯୁକ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଏଭଳି ହିଁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୀଡ଼ିତ ଭାଗବତ ଦାସଙ୍କୁ ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିବା ସହିତ ରାଜନଗର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

Patient

ମିଳିଥିବା ସୂଚନା ଅନୁଯାଇ ଆଳି ଅଞ୍ଚଳର ଭାଗବତଙ୍କ ବନ୍ଧୁ ଅକ୍ଷୟ ରାଉତ ଆଜି ପୂର୍ବାହ୍ନରେ ଏକ ଅଟୋ ଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ପେଣ୍ଠ ବେଳାଭୂମି ବୁଲି ଯିବାକୁ ଡାକି ନେଇଥିଲେ। ଉଭୟେ ସେଠାକୁ ଯିବାପରେ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇବା ସହିତ ବିଶ୍ରାମ ନେଇଥିଲେ। ଏହାରି ଭିତରେ ଭାଗବତଙ୍କୁ ନିଦ ଲାଗିଯାଇଥିଲା।

Medical

ଏହାର ସୁଯୋଗ ନେଇ ବନ୍ଧୁ ଅକ୍ଷୟ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେ ଭାଗବତଙ୍କର ଯୌନାଙ୍ଗ କାଟିଦେବା ସହିତ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ। ଭାଗବତ ସେହି ଅବସ୍ଥାରେ ହିଁ ଘରକୁ ଫୋନ କରି ତୁରନ୍ତ ସବୁ ଜଣାଇଥିଲେ। ପ୍ରଥମେ ପୀଡିତଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।