ଘରକୁ ଆସୁଥିବା ବେଳେ ଦୁଷ୍କର୍ମର ଶିକାର ହେଲା ନାତୁଣୀ! କ୍ୟାମେରା ସାମ୍ନାରେ ସବୁ କହିଲେ ଅଜା…

 

ଆଜିର ସମାଜରେ ଚୋରି, ଡକାୟତି, ବଳାତ୍କାର ଭଳି ଅପରାଧ ବଢ଼ିବାରେ ଲାଗିଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ମହିଳା ମାନଙ୍କ ଉପରେ ଖୁବ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ହରିଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅତି ବିଭତ୍ସ ଭାବରେ ବଳାତ୍କାର କରି ହତ୍ୟା କରିଛି ଦୁର୍ବୁତ୍ତ। ତେବେ, ଯୁବତୀ ଜଣକ ନିଜ ମାମୁ ଘରକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ସହିତ ଏପରି ଘଟିଥିଲା। 

ସେହିଦିନର ଘଟଣାକୁ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପୀଡିତାଙ୍କ ଅଜା। ତାଙ୍କ କହିବା ମୁତାବକ ନାତୁଣୀ ଆସିବା ବେଳକୁ ଫୋନ ଯୋଗେ ସୂଚନା ଦେଇଥିଲେ। କିଛି ସମୟ ଯିବା ପରେ ପୁଣିଥରେ ଫୋନ ଆସିଥିଲା ଯେ ଗାଡ଼ିରେ ତେଲ ସାରିଯାଇଛି। ସେଥିପାଇଁ କିଛି ବାଟ ଆଗକୁ ଗଲେ ତେଲ ଟାଙ୍କି ମିଳିଯିବ ବୋଲି ଅଜା ନାତୁଣୀକୁ କହିଥିଲେ। 

କିନ୍ତୁ, କିଛି ସମୟ ପରେ ଫୋନ କରିବା ବେଳକୁ ନାତୁଣୀର ଫୋନ ସ୍ୱିଚ୍-ଅଫ୍ ଆସିଥିଲା। ସନ୍ଧ୍ୟା ସମୟରେ ନାତୁଣୀକୁ କିଏ ବଳାତ୍କାର କରି ହତ୍ୟା କରିଦେଇଥିବା ସୂଚନା ଆସିଥିଲା। ଏମିତି ଖବର ପାଇ ବଞ୍ଚିଥାଇ ମୁଁ ମରିଗଲି ବୋଲି କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧ ଜଣକ। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। 

<a href=https://youtube.com/embed/QJuxHFOSWs0?autoplay=1&mute=1><img src=https://img.youtube.com/vi/QJuxHFOSWs0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଜ୍ୟୋତିଷ କଥା ହେଲା ସତ, ପଡ଼ିଥିଲା ଅଭିଶାପ ମୁହଁରେ ନିଆଁ ଦେବାକୁ ରହିଲେନି କେହି ପୁଅ