ଦେଖନ୍ତୁ ଭିଡିଓ: ଜ୍ୟୋତିଷ କଥା ହେଲା ସତ, ପଡ଼ିଥିଲା ଅଭିଶାପ ମୁହଁରେ ନିଆଁ ଦେବାକୁ ରହିଲେନି କେହି ପୁଅ

 
Abhisap

କିଛି ଦିନ ତଳେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଗ୍ରାମର ନବବିବାହିତ ଯବାନ ସୁଶାନ୍ତଙ୍କ ମରିବା ଘଟଣାଟି ଏବେ ବି ଯାଇନି ଲୋକମାନଙ୍କ ମନରୁ। ତାଙ୍କ ପରିବାର ଆଖିରୁ ବି ସୁଖିନି ଲୁହ। ଏଥି ମଧ୍ୟରେ ଘଟି ଯାଇଛି ଆଉ ଏକ ଅଘଟଣ। ସୁଶାନ୍ତଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଘଟିଛି ପରଲୋକ।

hh

ମାଆ ସୁନ୍ଦରୀ ଜନ୍ମ ଦେଇଥିଲେ ୩ପୁଅଙ୍କୁ। କେତେ ଆଶା ଓ ଆକାଂକ୍ଷା ଥିବ ତାଙ୍କ ମନରେ। ହେଲେ କାଳର କରାଳ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସୁନ୍ଦରୀଙ୍କ ଆଗରେ ଜଣ ଜଣ କରି ଚାଲିଯାଇଥିଲେ ତିନି ପୁଅ। ସ୍ବାମୀ ମଧ୍ୟ ଅଧା ବାଟରେ ହାତ ଛାଡ଼ି ଚାଲିଯାଇଥିଲେ ଆର ପାରିକୁ। ଆଜି ସୁନ୍ଦରୀ ମଧ୍ୟ ପୁଅ ମରିବାର ୮ଦିନରେ ପରଲୋକକୁ ଚାଲିଯାଇଛନ୍ତି।ହେଲେ ଦୁଃଖର କଥା ତାଙ୍କ ମୁହଁ ରେ ନିଆଁ ଦେବାକୁ ନାହାନ୍ତି କେହି ନା ସ୍ବାମୀ ନା ପୁଅ।

ପରିବାରରେ  କେବଳ ରହିଯାଇଛନ୍ତି ନବ ବିବାହିତା ସୁଶାନ୍ତଙ୍କ ପତ୍ନୀ।ତାଙ୍କ ଉପରେ ଯେମିତି ଦୁଃଖର ବାଦଲଟି ଫାଟି ପଡିଛି। ନିଜ ପିତାଙ୍କ ଘରକୁ ପର କରି କେତେ ଆଶା ଓ ସ୍ବପ୍ନ ନେଇ ଆସିଥିଲେ ସୁଶାନ୍ତଙ୍କ ଘରକୁ। ହେଲେ ଘରର ସବୁ ସଦସ୍ୟ ଏକା କରି ଚାଲିଗଲେ ତାଙ୍କୁ।କାହାକୁ କହିବେ ନିଜର ଦୁଃଖ।ଆଖିର ଲୁହ ବି ତାଙ୍କ ପାଇଁ କମ ପଡିଯାଇଛି।

ଏପଟେ କିଛି ଲୋକ କହୁଛନ୍ତି ଏପରି କାରଣ ପାଇଁ ଦାୟୀ ହେଉଛି ଘରର ଅବସ୍ଥିତି। ସୁଶାନ୍ତଙ୍କ ଘରର ଦୁଆର ମୁହଁ ଦକ୍ଷିଣ ମୁହାଁ ଥିଲା।ଜ୍ୟୋତିଷ ମଧ୍ୟ ଏ ନେଇ କରିଥିଲେ ବାରଣ। ଅନ୍ୟ କୁଟୁମ୍ବ ମାନେ  ମଧ୍ୟ ଏହି କାରଣରୁ ଘର ଛାଡି ପଳାଇଥିଲେ ଅନ୍ୟ ଭଡ଼ା ଘରକୁ ରହିବା ପାଇଁ।ସୁଶାନ୍ତ ମଧ୍ୟ ନିଜ ବାପା ଓ ଭାଇଙ୍କ ମୃତ୍ୟୁ ପରେ ଘର ଛାଡିବାର ନିଷ୍ପତ୍ତି ନେଇଥିଲେ।ହେଲେ ତା ପୂର୍ବରୁ ଚାଲିଗଲେ ସେ l