ଏତେ ବର୍ଷ ଧରି ପ୍ରେମ କଲା, ସବୁ ରାତି ଦେହ ସୁଖ ନେଲା ଆଉ ପରେ ଧୋକା ଦେଇଦେଲା ପୋଲିସ ବାବୁ!

 

ଦୀର୍ଘ ୭ ରୁ ୮ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲା ପୋଲିସ ବନ୍ଧୁ। ସମ୍ପର୍କର ୪ ବର୍ଷ ପରେ ଝିଅକୁ ପାଖରେ ମଧ୍ୟ ଆଣି ରଖିଲା କେବଳ ସେତିକି ନୁହେଁ ବରଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। କିନ୍ତୁ, ପ୍ରେମିକାକୁ ଧୋକା ଦେଇ ଏବେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଛି ଧୋକାବାଜ୍ ପ୍ରେମିକ। ଦେବଗଡ଼ ଅଞ୍ଚଳରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଦେବଗଡ଼ ଭିତିରିଆ ସାହି ଅନ୍ତର୍ଗତ ସୁଧୀର ପାତ୍ରଙ୍କ ସହିତ କାର୍ଗିଲ ଛକ ଅଞ୍ଚଳର ଗୋଦାଭରୀ ବରାଳଙ୍କର ପ୍ରେମ ସମ୍ପର୍କ ରହିଥିଲା। ସୁଧୀର ତାଙ୍କୁ ଦୀର୍ଘଦିନ ଧରି ନିଜ ପାଖରେ ମଧ୍ୟ ରଖୁଥିଲେ। ଏତେ ଦିନ ରହିବା ପରେ ଝିଅ ଜଣଙ୍କ ବିବାହ କରିବା ପାଇଁ ଜିଦ୍ ଧରିବାରୁ ଗତ ଫେବୃଆରୀ ୧୪ ତାରିଖରେ ଉଭୟେ ମନ୍ଦିରରେ ବିବାହ ମଧ୍ୟ କରିଥିଲେ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

ତେବେ, ସୁଧୀର ଏହାର ୩ ଦିନ ପର୍ଯ୍ୟନ୍ତ ଗୋଦାଭରୀଙ୍କ ସହିତ ରହିବା ପରେ ଛୁଟିରେ ଘରକୁ ଯାଉଛି ବୋଲି କହି ଚାଲିଯାଇଥିଲେ। କିନ୍ତୁ ଗତ ମାର୍ଚ୍ଚ ୩ ତାରିଖରେ ସେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜଣାପଡିଛି। ଗୋଦାଭରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ସୁଧୀର ଧମକ ଦେବା ସହିତ ସବୁ ସମ୍ପର୍କ ତୁଟାଇ ଦେଇଥିବା ଜଣାପଡିଛି।

<a href=https://youtube.com/embed/NUAPSitaKJU?autoplay=1&mute=1><img src=https://img.youtube.com/vi/NUAPSitaKJU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଶେଷରେ କୌଣସି ଉପାୟ ନ ପାଇ ଗୋଦାଭରୀ ସୁଧୀରଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ସୁଧୀର ନିଜେ ପୋଲିସ କର୍ମଚାରୀ ହୋଇଥିବା ହେତୁ ତାଙ୍କ ଉପରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ, ପୋଲିସ ଏଥିନେଇ ଆଗକୁ କଣ ପଦକ୍ଷେପ ନେବ ତାହା ଦେଖିବା ବାକି ରହିଛି।

ଆହୁରି ପଢ଼ନ୍ତୁ:- ଏପଟେ ପାରଦ 45 ଡିଗ୍ରୀ କୁ ଛୁଇଁବ ତ 21 ରୁ ଏହି ସବୁ ଜିଲ୍ଲା ରେ ଝଡ଼ତୋଫାନ ସହ ହେବ ପ୍ରବଳ ବର୍ଷା