ଏପଟେ ପାରଦ 45 ଡିଗ୍ରୀ କୁ ଛୁଇଁବ ତ 21 ରୁ ଏହି ସବୁ ଜିଲ୍ଲା ରେ ଝଡ଼ତୋଫାନ ସହ ହେବ ପ୍ରବଳ ବର୍ଷା

 
odisha rain

ଓଡ଼ିଶା ଜଳୁଛି । 32 ଟି ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ । 43.6 ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ଆଜି 6 ଟି ଜିଲ୍ଲା ପାଇଁ ସିଭିୟର ହିଟୱେଭ୍‌ ୱାର୍ଣ୍ଣିଂ, 13 ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଆଉ ତିନି ଦିନ ପାଇଁ ଅସହ୍ୟ ଉତ୍ତାପ ରହିବ, 21 ପରେ ପାଗ ବଦଳିଯିବ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

Extreme heat: Staying safe if you have health issues - Harvard Health

ଓଡ଼ିଶା ଜଳୁଛି । ଆକାଶରୁ ହେଉଛି ନିଆଁ ବର୍ଷା । 40 ଡିଗ୍ରୀରୁ ଅଧିକ ରାଜ୍ୟର 32 ଟି ସହରର ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଭୁବନେଶ୍ୱରର ତାପମାତ୍ରା 43.6 ଡିଗ୍ରୀରେ ରେକର୍ଡ କରାଯାଇଛି ।

ସେହିଭଳି ବୌଦ୍ଧ ସହରର ତାପମାତ୍ରା 43.5 ଡିଗ୍ରୀ ଏବଂ ଅନୁଗୁଳର ତାପମାତ୍ରା 43.3 ଡିଗ୍ରୀ ଥିଲା । ଝାରସୁଗୁଡା 42.8, ବାରିପଦା 42.6, ମାଲକାନଗିରି, ଟିଟିଲାଗଡ ଏବଂ ଖୋର୍ଦ୍ଧା 42.5, ଜଗତସିଂହପୁର 42.3, ବାଲେଶ୍ବର, ନୁଆପଡା, ତାଳଚେର ଏବଂ ସମ୍ବଲପୁର 42.2 ରେକର୍ଡ କରିଛନ୍ତି ।

ସେହିଭଳି ଭବାନୀପାଟଣା, ବଲାଙ୍ଗୀର, ନୟାଗଡ଼, ଡେଙ୍କାନାଳ ସହରର ତାପମାତ୍ରା 42 ଡିଗ୍ରୀ । ଯାଜପୁର ଏବଂ ପାରଳାଖେମୁଣ୍ଡି 41.8 ଡିଗ୍ରୀ, ହୀରାକୁଦ 41.6 ଡିଗ୍ରୀ, କେନ୍ଦ୍ରାପଡା, କଟକ ଏବଂ ସୁନ୍ଦରଗଡ 41.4 ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ କ୍ରମାଗତ ଗରମ ଏବଂ ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି ।

ଆଜି ପାଇଁ ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ବୌଦ୍ଧ ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍‌ ନେଇ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଜଗତସିଂପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ଢେ଼ଙ୍କାନାଳ, ଗଞ୍ଜାମ, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, କେନ୍ଦୁଝର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଗାମୀ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପରିସ୍ଥିତି ଜାରି ରହିପାରେ ।

ତଥାପି, 20 ପରେ ପାଗ ବଦଳିବ ଏବଂ 21 ତାରିଖରୁ ବର୍ଷା ହେବାର ସମ୍ଭାବନା ଅଛି । ବିଶେଷ କରି ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି | କେତେକ ସ୍ଥାନରେ କାଳବୈଶାଖୀ ବର୍ଷା କାରଣରୁ ଆରାମ ମିଳିପାରେ ।