ମହିଳା ବନରକ୍ଷୀଙ୍କ କବ୍ଜାରେ ଜଙ୍ଗଲ, କୋଟି କୋଟି ଟଙ୍କାର କାଠ ହେଉଛି ଚାଲାଣ, ଡ଼ରିଲେ ଡ଼ିଏଫଓ ଏବଂ ରେଞ୍ଜର

 

ମହିଳା ବନରକ୍ଷୀଙ୍କ ଅକ୍ତିଆରରେ ପୁରା ଜଙ୍ଗଲ। ଡ଼ିଏଫଓ ଏବଂ ରେଞ୍ଜର ମଧ୍ୟ ଏହି ମ୍ୟାଡ଼ାମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାଁନ୍ତି। ନିମ୍ନ ପଦବୀରେ ଥାଇ ମଧ୍ୟ ବଡ଼ ବାବୁଙ୍କୁ ଏପରି ହାତ ମୁଠାରେ ରଖିଛନ୍ତି ଯେ ଏବେ କୋଟି କୋଟି ଟଙ୍କାର ମାଲିକାଣୀ ସାଜି ସାରିଲେଣି ଏହି ମ୍ୟାଡ଼ାମ୍। 

ସାତକୋଶିଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବନରକ୍ଷୀ ମ୍ୟାଡ଼ାମ୍ ଜଣଙ୍କ ଲାଇଫ ଷ୍ଟାଇଲ୍ ମଧ୍ୟ ବେସ୍ ବିଳାସପୂର୍ଣ୍ଣ ଅଟେ। ଦାମୀ ଗାଡ଼ି ଠାରୁ ଆରମ୍ଭ କରି ପୁରା ବିଳାସପୂର୍ଣ୍ଣ ଜୀବନଶୈଳୀ ମେଣ୍ଟେନ୍ କରନ୍ତି ସେ। ହେବନି ଅବା କେମିତି ମ୍ୟାଡ଼ାମ୍ କୁଆଡେ ଜଙ୍ଗଲ ସଫା କରି କୋଟି କୋଟି ଟଙ୍କାର କାଠ ବିକ୍ରି କରି ଦେଇଥିବା ଶୁଣିବାକୁ ମିଳୁଛି।

<a href=https://youtube.com/embed/ZC8vZMy4-P8?autoplay=1&mute=1><img src=https://img.youtube.com/vi/ZC8vZMy4-P8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏଥିନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଭୟ ଡ଼ିଏଫଓ ଏବଂ ରେଞ୍ଜରଙ୍କୁ ଅଭିଯୋଗ କରାଯାଉଥିଲେ ହେଁ କୌଣସି ଆକ୍ସନ ନିଆଯାଉନାହିଁ। ଏପରି ପରିସ୍ଥିତିରେ ଗଣମାଧ୍ୟମ ତରଫରୁ ଉଭୟଙ୍କୁ ଏଥିନେଇ ଯୋଗାଯୋଗ କରାଯାଇଥିଲା।

କିନ୍ତୁ, ଆଶ୍ଚର୍ଯ୍ୟର କଥା ହେଉଛି ଉଭୟେ ଉଭୟଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ ଅଛନ୍ତି। ଏପରିକି ଅଭିଯୁକ୍ତ ବନରକ୍ଷୀଙ୍କର ସାତକୋଶିଆ ରେଞ୍ଜରୁ କରଞ୍ଜିଆ ଜଙ୍ଗଲକୁ ଟ୍ରାନ୍ସଫର କରାଯାଇଥିଲେ ହେଁ ସେ ଯିବାକୁ ନାରାଜ୍। 

ଆହୁରି ପଢ଼ନ୍ତୁ:- ଗାଡି ଚାଳକଙ୍କ ପାଇଁ ଖୁସି ଖବର, ଉଚ୍ଛେଦ ହେଲା ଟୋଲ୍ ଗେଟ୍, ଆଉ ଦେବାକୁ ପଡିବନି ଟୋଲ୍ ଫି