ମିଛ ବାହାନା କରି ଡାକ୍ତରଙ୍କୁ ଘରକୁ ଡାକିଲେ, ଆସୁ ଆସୁ ଦେହରୁ ସବୁ କପଡା ଖୋଲିଦେଲେ ଯୁବତୀ, ଆଉ ତାପରେ..

 

ଉତ୍ତରପ୍ରଦେଶ ବରେଲି ଠାରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାଇ ଚିକିତ୍ସା କରିବାକୁ ଘରକୁ ଡକାଇ ଜଣେ ଡାକ୍ତରଙ୍କୁ ହନିଟ୍ରାପର ଶିକାର କରାଯାଇଛି। ବାରମ୍ବାର ବ୍ଲାକମେଲ୍ କରାଯିବା ଦ୍ୱାରା ଡାକ୍ତର ଜଣକ ଜୀବନ ହାରିଥିବା ମଧ୍ୟ କୁହାଯାଉଅଛି। 

ଘଟଣା ମୁତାବକ ବରେଲି ଅଞ୍ଚଳରେ ନିଜର କ୍ଲିନିକ୍ ଚଳାଉଥିବା ଏହି ଡାକ୍ତରଙ୍କୁ ଅଭିଯୁକ୍ତା ପ୍ରିୟା ଗଙ୍ଗୱାର୍ ପ୍ରଥମେ କଲ୍ କରି ନିଜକୁ ଜଣେ ବିଏସି ନର୍ସିଂ ଛାତ୍ରୀ ଭାବରେ ପରିଚୟ ଦେବା ସହିତ ଚାକିରୀ ପାଇଁ ନିବେଦନ କରିଥିଲେ। କିନ୍ତୁ, ଡାକ୍ତର ଜଣକ ତାଙ୍କର କୌଣସି ସାହାଯ୍ୟ ନ କରିବାରୁ କିଛି ଦିନ ପରେ ଅନ୍ୟ ଏକ ନମ୍ବରରୁ ମାଆଙ୍କ ଦେହ ଖରାପ ରହିଥିବା ଏବଂ ତାଙ୍କୁ ଚେକଅପ୍ କରିବା ପାଇଁ ଡାକ୍ତରଙ୍କୁ ନିଜ ଘରକୁ ଡାକିଥିଲେ। 

ଡାକ୍ତର ଜଣକ ସେଠାରେ ପହଞ୍ଚିବା ପରେ ଯୁବତୀ ଘର କବାଟ ବନ୍ଦ କରିଦେବା ସହିତ ନିଜ ଦେହରୁ ସବୁ କପଡା ଓଲ୍ହାଇଦେଇ ଡାକ୍ତରଙ୍କ ସହିତ ଫୋଟୋ ଉଠାଇବା ଆରମ୍ଭ କରିଥିଲା। ଏହି କାମରେ ଅନ୍ୟଜଣେ ଯୁବତୀ ଏବଂ ଦୁଇଜଣ ଯୁବକ ସାମିଲ ରହିଥିବା ମଧ୍ୟ କୁହାଯାଉଅଛି। ତେବେ, ଫୋଟୋ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବତୀ ଜଣକ ଡାକ୍ତରଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ନେଇଥିବା ଏବଂ ଆହୁରି ଟଙ୍କା ପାଇଁ ବ୍ଲାକମେଲ୍ କରୁଥିଲେ। ମାନସିକ ଚାପଗ୍ରସ୍ତ ହୋଇ ଉକ୍ତ ଡାକ୍ତରଙ୍କ ଜୀବନ ଚାଲିଯାଇଥିବା ବେଳେ ଏବେ ଅଭିଯୁକ୍ତମାନଙ୍କ ନାମରେ ଏତଲା ଦୟାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ:- ବାହା ବେଦିରେ ଫ୍ଲାଇଙ୍ଗ୍‌ କିସ୍‌ ସହ ନାଚି ନାଚି ସିଗାରେଟ୍‌ ପିଇଲା ଶାଶୁ, ବର ଭାଙ୍ଗିଦେଲା ବାହାଘର, ଜାଣନ୍ତୁ ପୂରା ଘଟଣା