ବାହା ବେଦିରେ ଫ୍ଲାଇଙ୍ଗ୍‌ କିସ୍‌ ସହ ନାଚି ନାଚି ସିଗାରେଟ୍‌ ପିଇଲା ଶାଶୁ, ବର ଭାଙ୍ଗିଦେଲା ବାହାଘର, ଜାଣନ୍ତୁ ପୂରା ଘଟଣା

 
Bara sasu

ବିବାହ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଏପରିକି ବାଜା ବଜାଇ ବାଣ ଫୁଟାଇ ବରପକ୍ଷ ମଧ୍ୟ କନ୍ୟା ଘରେ ପହଞ୍ଚି ସାରିଥିଲେ। କିନ୍ତୁ, କନ୍ୟା ଏବଂ ତାଙ୍କ ମାଆଙ୍କର ରଙ୍ଗ ଢଙ୍ଗ ଦେଖି ବାହା ବେଦୀରୁ ଉଠି ଚାଲିଗଲା ବର। ଆଜ୍ଞା ହଁ, ଉତ୍ତରପ୍ରଦେଶ ସମ୍ବଲ୍ ଜିଲ୍ଲାରେ ହେଉଥିବା ଏକ ବିବାହ କାର୍ଯ୍ୟକ୍ରମରେ ଏଭଳି ଅଜବ ଘଟଣା ଘଟିଥିବା ସୂଚନା ମିଳିଛି। 

Marriage

ମିଳିଥିବା ସୂଚନା ଅନୁଯାଇ ଉତ୍ତରପ୍ରଦେଶ ହୟାତନଗର ଥାନା ଅନ୍ତର୍ଗତ ସରାୟତରିନ ନିବାସୀ ଜଣେ ଯୁବକଙ୍କର ବିବାହ ସମ୍ବଲ ଜିଲ୍ଲାର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଉଭୟ ପକ୍ଷ ଏହି ବିବାହ ପାଇଁ ରାଜି ହୋଇଥିବା ବେଳେ ବର ମଧ୍ୟ ଠିକ୍ ସମୟରେ କନ୍ୟା ଘରେ ପହଞ୍ଚିଥିଲା। ତେବେ, ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ କନ୍ୟାର ମାଆ ଡ଼ିଜେ ତାଳେ ତାଳେ ନାଚିବା ସହିତ ସିଗାରେଟ ଫୁଙ୍କୁଥିବା ଦେଖିବାକୁ ମିଳିଥିଲା। 

Barat

କେବଳ ସେତିକି ନୁହେଁ କନ୍ୟା ମଧ୍ୟ ବେଦୀ ଉପରୁ ମାଆକୁ ଫ୍ଲାଇଂ କିସ୍ ଦେଉଥିଲା। ବର ଏହି ସବୁ ଦୃଶ୍ୟ ଦେଖି ବେଦୀ ଉପରୁ ଉଠିଯିବା ସହିତ ବାହାଘର ଭାଙ୍ଗି ଯାଇଥିଲା। କନ୍ୟାପକ୍ଷ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ବର କୌଣସି କଥାରେ ରାଜି ହୋଇନଥିଲେ। କେବଳ ସେତିକି ନୁହେଁ ବିବାହ ଦିନ କନ୍ୟାର ମାଆ ମଦ ପିଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଂସ୍କାର ଥିବା ଘରୁ ଝିଅକୁ ବୋହୂ କରି ନେବା ଠିକ୍ ହେବନାହିଁ ବୋଲି ବରର ବାପା କହିଛନ୍ତି।