ବିବାହିତ ମହିଳାଙ୍କୁ ବ୍ଲାକ ମେଲ୍ କରି ଶାରୀରିକ ସମ୍ପର୍କ ରଖିଲେ କନେଷ୍ଟବଳ, ମହିଳା ଅଭିଯୋଗ କଲା ପରେ ହେଲେ ଗିରଫ

 

ଜଣେ ବିବାହିତ ମହିଳା ପୋଲିସ କନଷ୍ଟେବଳଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ କନଷ୍ଟେବଳ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ଏହି ସମୟରେ ତାଙ୍କର ଏକ ଝିଅ ମଧ୍ୟ ଅଛି । ଯଦି କେହି ଏହା ବିଷୟରେ ଜାଣନ୍ତି ତେବେ କନଷ୍ଟେବଳ ଆମ ଦୁହିଁଙ୍କୁ (ସ୍ୱାମୀ ଏବଂ ସ୍ତ୍ରୀ) ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏପରି କିଛି ସମ୍ବେଦନଶୀଳ ମାମଲା ପୀଡିତା ମହିଳାଙ୍କ ନାମରେ କଟକ ମହିଳା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ।

ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ଟଙ୍କା ଠକେଇ ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି । ମହିଳା ଥାନା ପୋଲିସ ପୋଲିସ କନଷ୍ଟେବଳ ହରେକୃଷ୍ଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ କନଷ୍ଟେବଳ ବିରୋଧରେ IPC ର ଦଫା 376(ବି) ଏନ, 420 ଓ 506 ଲାଗିଛି । କଟକ ତୁଳସୀପୁର ଚହଟା ନଗର ଅଂଚଳର ଜଣେ ୩୦ ବର୍ଷୀୟା ବିବାହିତା ମହିଳାଙ୍କ ସହ 2013 ମସିହାରୁ ସମ୍ପର୍କ ରଖିଥିଲେ କନଷ୍ଟେବଳ । ପରେ ନିଜେ ବିବାହ କଲା ପରେ ମଧ୍ୟ ଜୈନିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲେ । 

ସଂପୃକ୍ତ ମହିଳା ଜଣକ ଗର୍ଭବତୀ ହେବା ସହ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆର୍ଥିକ ସହାୟତା ଦେବା ଲାଗି ମହିଳା ଜଣକ ମହିଳା ଥାନାରେ ଲିଖିତ ଗୁହାରି ପରେ ଅଭିଯୁକ୍ତ କନଷ୍ଟେବଳ ଆର୍ଥିକ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଏହା ସତ୍ୱେ ସେ ଆର୍ଥିକ ସହାୟତା ଦେଇନଥିଲେ । ଏହି ଘଟଣାରେ ମହିଳା ଥାନା ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା ପରୀକ୍ଷା କରିବା ସହ ପୀଡିତାଙ୍କ ସିଆରପିସିର ଧାରା 164 ରେ ବୟାନ ରେକର୍ଡ କରିଛି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଆଧାରକାର୍ଡ ସଂଶୋଧନ ପାଇଁ ଘରକୁ ଡାକି ମହିଳା ଉପରେ ମାଡି ବସିଲା ଭାଗିରଥି, ତାଙ୍କ ସ୍ୱାମୀ ଆସିଲା ବେଳକୁ...