ଦେଖନ୍ତୁ ଭିଡ଼ିଓ: ଆଧାରକାର୍ଡ ସଂଶୋଧନ ପାଇଁ ଘରକୁ ଡାକି ମହିଳା ଉପରେ ମାଡି ବସିଲା ଭାଗିରଥି, ତାଙ୍କ ସ୍ୱାମୀ ଆସିଲା ବେଳକୁ... 

 
Voter card

ଭୋଟର କାର୍ଡ ସଂଶୋଧନ ନାମରେ ଅସଦାଚରଣ କରିଲେ ଅଙ୍ଗନବାଡ଼ି ଦିଦିଙ୍କ ସ୍ୱାମୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଞ୍ଜମାଳରେ ଏଭଳି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ଘର ଛାଡ଼ି ଫେରାର ହୋଇଯାଇଥିଲେ ହେଁ ପୋଲିସ ତାକୁ ଧରି ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାଇ ବଂଶଡା ଥାନା କରଞ୍ଜମାଳ ଅଙ୍ଗନବାଡି କେନ୍ଦ୍ରର ଦିଦି ଶ୍ୱେତଲତା ରାଉତ ସେହି ଗ୍ରାମର ଜଣେ ମହିଳାଙ୍କୁ ଆଧାରକାର୍ଡ ସଂଶୋଧନ ପାଇଁ ନିଜ ଘରକୁ ଡାକିଥିଲେ। ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ସେଠାରେ ପହଞ୍ଚିଥିଲେ। ତେବେ, ଶ୍ୱେତଲତାଙ୍କ ସ୍ୱାମୀ ଭାଗିରଥି ଆସିଥିବା ମହିଳାଙ୍କ ସ୍ୱାମୀଙ୍କୁ ଆଧାର କାର୍ଡ ଜେରକ୍ସ କରିବା ପାଇଁ ମାର୍କେଟ ପଠାଇ ଦେଇଥିଲା। 

ଏଥିସହିତ ନିଜ ସ୍ତ୍ରୀକୁ ପଡୋଶୀ ଘରକୁ ପଠାଇ ଭାଗିରଥି ଉକ୍ତ ମହିଳାଙ୍କ ସହିତ ଅସଦାଚରଣ କରିବା ଆରମ୍ଭ କରିଥିଲା। ଅଭିଯୋଗ ମୁତାବକ ସେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଧରି ପକାଇଥିବା ବେଳେ ପାଟି ଶୁଣି ପଡୋଶୀ ଘର ଲୋକେ ସେଠାରେ ପହଞ୍ଚିଯାଇଥିଲେ।

ତେବେ, ଧରାପଡିଯିବା ପରେ ଭାଗିରଥି ସମସ୍ତଙ୍କୁ ଟାଙ୍ଗିଆ ଧରି ଆକ୍ରମଣ କରିବା ସହିତ ପୋଲିସ ଆଗରେ ଅଭିଯୋଗ କରିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତେବେ, ପୀଡିତା ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଫେରାର ଅଭିଯୁକ୍ତକୁ କେନ୍ଦ୍ରାପଡ଼ାର ଚାନ୍ଦବାଲିରୁ ଗିରଫ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:- ସର୍ଭେରୁ ହେଲା ବଡ଼ ଖୁଲାସା, ମହିଳାମାନେ ବିବାହ ପରେ ରାତିରେ ଗୁଗୁଲରେ କଣ ସର୍ଚ୍ଚ କରନ୍ତି? ଜାଣିଲେ ତାଯୁବ ହେବେ ଆପଣ