ଦେଖନ୍ତୁ ଭିଡିଓ: ଡେଲିଭରୀ ବଏ ସହ ସ୍କୁଟରରେ ବୁଲିଲେ ରାହୁଲ ଗାନ୍ଧୀ, ଆଉ କହିଲେ ...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ଅଛି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ଭୋଟରଙ୍କୁ ଆପଣେଇବା ଲାଗି ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛନ୍ତି । ବିଜେପି-କଂଗ୍ରେସ ସମେତ ସମସ୍ତ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି । ଏହି ସମୟରେ ବେଙ୍ଗାଲୁରୁରେ ନିର୍ବାଚନ ପ୍ରଚାର ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ଭିନ୍ନ ଶୈଳୀରେ ନଜର ଆସିଥିଲେ । ରାହୁଲ ଗାନ୍ଧୀ ଏକ ଡେଲିଭରି ବଏ ସହିତ ସ୍କୁଟର ଚଢିଥିବାର ନଜର ଆସିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି ।
ରାହୁଲ ଗାନ୍ଧୀ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଡେଲିଭରି ବଏ ସହିତ ସ୍କୁଟର ପଛପଟେ ବସି ବୁଲୁଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ନୀଳ ହେଲମେଟ ପିନ୍ଧିଥିଲେ । ରାହୁଲଙ୍କୁ ପଛରେ ବସାଇ ଡେଲିଭରି ବଏ ମଧ୍ୟ ବହୁତ ଖୁସି ଦେଖାଯାଉଥିଲା । ଏହି ସମୟରେ ତାଙ୍କ ଚାରିପାଖରେ ସୁରକ୍ଷାକର୍ମୀ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନେକ ଲୋକ ରାହୁଲଙ୍କ ଏହି ଶୈଳୀର ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା ।
ଦେଖନ୍ତୁ ଭିଡିଓ :-
#WATCH | Karnataka: Congress leader Rahul Gandhi rides a scooter with a delivery boy in Bengaluru. pic.twitter.com/MvGEgfAjtM
— ANI (@ANI) May 7, 2023
ଏହା ପରେ ରାହୁଲ ଗାନ୍ଧୀ ଗିଗ୍ କର୍ମଚାରୀ ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧୀ (ଡେଲିଭରି ବ୍ୟକ୍ତି) ଙ୍କ ସହ କଥାବାର୍ତା କରିଥିଲେ ଏବଂ ତାଙ୍କ ଦଳର ପ୍ରତିଶୃତିକୁ ପୁଣି ଥରେ ଦୋହରାଇଥିଲେ । ସେ କହିଛନ୍ତି ଯେ ସାମଗ୍ରୀ ବିତରଣ କରୁଥିବା କମ୍ପାନୀର ପ୍ରତିନିଧୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ କର୍ଣ୍ଣାଟକରେ ନିଜର ପ୍ରତିଜ୍ଞା ଅନୁଯାୟୀ 3000 କୋଟି ଟଙ୍କାର ଏକ ପାଣ୍ଠି ପ୍ରତିଷ୍ଠା କରିବ ଏବଂ ଘଣ୍ଟା ପ୍ରତି ସର୍ବନିମ୍ନ ମଜୁରୀ ସହିତ ଏକ 'ଗିଗ୍ ୱାର୍କର୍ସ ୱେଲଫେୟାର ବୋର୍ଡ' ଗଠନ କରିବ ।
ଆହୁରି ପଢନ୍ତୁ :- ୨ ବର୍ଷ ଜେଲ ଦଣ୍ଡ ଶୁଣି ରାହୁଲ କହିଲେ "ମୁଁ ଭାରତ ପାଇଁ ଲଢ଼ୁଛି, ଏଥିପାଇଁ ଯେକୌଣସି ମୂଲ୍ୟ ଦେବୀ ମାତ୍ର ମୋଦି ସରକାର..."
କଂଗ୍ରେସ ଏକ ବିଜ୍ଞାପନରେ କହିଛି ଯେ "ଏକ କପ୍ କଫି ଏବଂ ମସାଲା ଡୋସା" ଉପରେ ରାହୁଲ ଗାନ୍ଧୀ ଏହି ଶ୍ରମିକମାନଙ୍କ ସହ ସେମାନଙ୍କ ଜୀବନ, ସ୍ଥାୟୀ ନିଯୁକ୍ତି ଅଭାବ ଏବଂ ମୌଳିକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି ।