ଛତ୍ରପୁରରେ ଯାଇଥିଲେ ୫-ଟି ସଚିବ, ଆଉ ତାଙ୍କ ବୟାନ ଶୁଣି ରାଗିଲେ ଗଂଜାମ ଲୋକ, ଦେଖନ୍ତୁ ଫୋଟୋ

 
Ganjam tour

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତିନିଦିନିଆ ଗଞ୍ଜାମ ଗସ୍ତରେ ଆସିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। ତିନିଦିନ ଧରି ସାରା ଅଞ୍ଚଳ ବୁଲିବା ସହିତ ଲୋକଙ୍କ ଦୁଃଖସୁଖ ଏବଂ ଉନ୍ନତିମୂଳକ କାର୍ଯ୍ୟ ଉପରେ ସେ ନଜ଼ର ରଖିଥିଲେ। ତେବେ, ତୃତୀୟ ତଥା ଶେଷ ଦିନରେ ସେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଗସ୍ତ କରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି,ତାହା ୭ ଦିନରେ ମଞ୍ଜୁର ହେବ, ଧର୍ମାନୁଷ୍ଠାନଗୁଡିକର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଥିଲେ।

Ganjam tour

ଶ୍ରୀ ପାଣ୍ଡିଆନ ଅପରାହ୍ନରେ ହେଲିକାପ୍ଟର ଯୋଗେ ଅନସ୍ଲୋ ମିନିଷ୍ଟାଡିଅମ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବା ପରେ କାର ଯୋଗେ ଛତ୍ରପୁର ସ୍ଥିତ ଷ୍ଟାଡିୟମ ପହଞ୍ଚିଥିଲେ। ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବ ଗୁଡିକୁ ସେ ସଂଗ୍ରହ କରିଥିଲେ। ତେବେ, ଛତ୍ରପୁରରେ ସେ ସାଢ଼େ ୪ ବର୍ଷ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିବାରୁ ଏଠାକୁ ଆସିବା ପରେ ନିଜ ଘରକୁ ଆସିବା ଭଳି ଲାଗୁଥିବା ୫-ଟି ସଚିବ କହିଥିଲେ।

Vk pandian

ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୫୫୭ କୋଟି ଟଙ୍କା ମଧ୍ୟ ଘୋଷଣା କରାଯାଇଥିଲା। ତେବେ, ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ କରିବା ତାଙ୍କର ନିଜସ୍ୱ ଇଚ୍ଛା ଥିବାବେଳେ ଏହି ଇଚ୍ଛାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଯାଉଥିବା ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ଚାଷୀ ଙ୍କ ହିତ ନିମନ୍ତେ ୧୫୦ କୋଟି ଟଙ୍କା ବ୍ୟୟରେ କଂସାରୀଗଣ୍ଡ ର ବ୍ୟାରେଜ ନିର୍ମାଣ, କାଇଁଚପୁର ନିକଟ ଋଷିକୂଲ୍ୟା ନଦୀରେ ବାତ୍ୟା, ବନ୍ୟା ରୁ ରକ୍ଷା ପାଇବା ନିମନ୍ତେ ଆନିକଟ ନିର୍ମାଣ ପାଇଁ ୪ କୋଟି ଟଙ୍କା ମଞ୍ଜୁରୀ ମିଳିଛି। 

Ganjam

ପାଣ୍ଡିଆନ ଏବେ କରୁଛନ୍ତି ରାଜନୀତି, ଏତେ ଦିନ ଯାଏ କୁଆଡେ ଯାଇଥିଲେ ?

ଗଞ୍ଜାମ ଓ ଛତ୍ରପୁର ବ୍ଲକର ଜନ ସାଧାରଣ ମାନଙ୍କୁ ଘରେ ଘରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ୩୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ୫-ଟି ସଚିବ। ପ୍ରଥମେ ଜିଲ୍ଲାର ହାଇସ୍କୁଲ ଗୁଡିକୁ ୫-ଟି ମାଧ୍ୟମରେ ଉନ୍ନତିକରଣ କରାଯାଇଥିବା ବେଳେ ଏବେ ଜିଲ୍ଲାରେ ଯୁକ୍ତ୨ ଓ ଯୁକ୍ତ୩ ମହାବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ରେ ସାମିଲ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜ଼ାର ଲୋକଙ୍କ ସମାଗମ ହୋଇଥିବା ବେଳେ ୫-ଟି ସଚିବଙ୍କୁ ପାଖରେ ପାଇ କିଛି ଲୋକେ ଖୁସି ଥିବା ବେଳେ ଅନେକ ଗଞ୍ଜାମି ଲୋକେ ଏହାକୁ କେବଳ ରାଜନୀତି ବୋଲି କହୁଛନ୍ତି ।

ଆହୁରି ପଢ଼ନ୍ତୁ:- ୧୪ ଦିନ ପରେ ଚନ୍ଦ୍ରରେ ଘୋଟିଯିବ ଅନ୍ଧକାର, ପୃଥିବୀକୁ ଫେରିପାରିବନି ଚନ୍ଦ୍ରଯାନ-୩? କୁଆଡ଼େ ଯିବେ ବିକ୍ରମ-ପ୍ରଜ୍ଞାନ