୧୪ ଦିନ ପରେ ଚନ୍ଦ୍ରରେ ଘୋଟିଯିବ ଅନ୍ଧକାର, ପୃଥିବୀକୁ ଫେରିପାରିବନି ଚନ୍ଦ୍ରଯାନ-୩? କୁଆଡ଼େ ଯିବେ ବିକ୍ରମ-ପ୍ରଜ୍ଞାନ

 
Chandrayan

ଭାରତ ରଚିଛି ଆଉ ଏକ ଇତିହାସ। ଛୁଟି ଆସୁଛି ଶୁଭେଚ୍ଛାର ଢେଉ। ପାକିସ୍ତାନ ମଧ୍ୟ ଭାରତର ସଫଳତା କୁ ନେଇ ଜଣାଇଛି ବଧାଇ ଭାରତର ଚନ୍ଦ୍ରଯାନ ୧ଓ ୨ ର ବିଫଳତା କୁ ନେଇ ଭାରତର ବୈଜ୍ଞାନିକ ମାନେ ନିରାଶ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୩ର ସଫଳତା ଭୁଲାଇ ଦେଇଛି ସବୁ ନୀରସତାକୁ। ନିକଟରେ ଋଷ ର ମୁନ୍ ଅପରେସନ ବିଫଳ ହୋଇଥିଲା ବେଳେ ଭାରତ ତାର ସଫଳତାକୁ ନେଇ ସୃଷ୍ଟି କରିଛି ଉଦାହରଣ।

ଏପଟେ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଆରମ୍ଭ କରିଦେଇଛନ୍ତି ନିଜ କାର୍ଯ୍ୟ। ପ୍ରଜ୍ଞାନ ର କାର୍ଯ୍ୟ ହେଉଛି ଲାଣ୍ଡର୍କୁ ତଥ୍ୟ ପ୍ରଦାନ କରିବା । ଯେଉଁ ତଥ୍ୟକୁ ଲ୍ୟାଡର ଆର୍ଥ ଷ୍ଟେସନକୁ ପଠାଇଥାଏ। ପ୍ରଜ୍ଞାନରେ ଏକ ମେଗା ପିକ୍ସେଲ ର ନାଭିକ୍ୟାମ୍ପ ଲାଗିଛି ଯାହା ଦ୍ଵାରା ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠର ପ୍ରତିଟି ଚିତ୍ରକୁ ଅତି ସ୍ପଷ୍ଟ ଭାବେ ନିରିକ୍ଷଣ କରି ଉଠାଇପାରେ। ତେବେ ଏଥି ମଧ୍ୟରେ ଚନ୍ଦ୍ରଯାନ କେବେ ଫେରିବ ଏବଂ କେଉଁ ଆଡେ ଯିବ ନେଇ ଉଠୁଚି ପ୍ରଶ୍ନ।

b

ଉଭୟ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସୌରଶକ୍ତି ଦ୍ବାରା ଚଳିତ। ତେଣୁ କରି ସେମାନେ ଚନ୍ଦ୍ରପୃଷ୍ଠରେ କେବଳ ୧୪ ଦିନ ପର୍ଯ୍ୟନ୍ତ ଏକ୍ଟିଭ ଭାବେ କାମ କରିପାରିବେ କାରଣ ଆମେ ଜାଣିଛେ ଯେ ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୧୪ ଦିନ ସମୟ ସହ ସମାନ। ତେଣୁ ବିକ୍ରମ ଓ ପ୍ରଜ୍ଞାନ ଏକ ଚନ୍ଦ୍ର ଦିବସ ଅର୍ଥାତ୍ ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ଜହ୍ନ ରାଇଜରେ ରହିବେ ଏବଂ ୧୪ଦିନ ପରେ ଚନ୍ଦ୍ରରେ ଅନ୍ଧକାର ଘେରିଯିବ ।

ଏହା ପରେ ଚନ୍ଦ୍ରରେ ପୁନରବାର ସୂର୍ୟୋଦୟ ହେବାରେ ୧୪ଦିନ ସମୟ ଲାଗିବା । ତେଣୁ କହିବାକୁ ଗଲେ ବିକ୍ରମ ଓ ପ୍ରଜ୍ଞାନ ପାଖରେ ମୋଟ ୧୪ ଦିନ ସମୟ ଅଛି ଯାହା ଭିତରେ ସେମାନେ ଚନ୍ଦ୍ରରୁ ତଥ୍ୟ ସଂଗ୍ରହ କରି ପଠେଇବେ ପୃଥିବୀକୁ। ଏହି ୧୪ଦିନ ପରେ ସୂର୍ଯ୍ୟ ଆଲୋକ ଅନୁପସ୍ଥିତିରେ ନିଷ୍କ୍ରିୟ ହୋଇଯିବ ବିକ୍ରମ ଓ ପ୍ରଜ୍ଞାନ।

Pragyan rover

ଏ ନେଇ ଇଶ୍ରୋ ମଧ୍ୟ ସ୍ପଷ୍ଟ କରିଥିଲା। କାରଣ ଆଗାମୀ ୧୪ଦିନରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟର ଆଲୋକ ନଥିବା ହେତୁ ଦକ୍ଷିଣ ମେରୁ ଅଞ୍ଚଳରେ ବଢିଯିବ ଥଣ୍ଡାର ପ୍ରଭାବ ବିକ୍ରମ ଓ ପ୍ରଜ୍ଞାନ ହରାଇ ବସିବେ ନିଜର ଶକ୍ତି । ମାତ୍ର ୧୪ ଦିନ ପରେ ବିକ୍ରମ ପ୍ରଜ୍ଞାନ ପୃଥିବୀକୁ ଫେରିବେ ନାହିଁ।