ଯଦି କିଛି ଦୋଷ ନାହିଁ, ମୁଖ୍ୟମନ୍ତ୍ରୀ କାହିଁକି ନେଲେ କାର୍ଯ୍ୟାନୁଷ୍ଠାନ? କାହିଁକି କରିଛନ୍ତି ମିଡ଼ିଆକୁ ଟାର୍ଗେଟ୍? ଜାଣନ୍ତୁ ପୁରା ଖବର

 
Sulata bjd

ସୁଲତା ଦେଓଙ୍କୁ ହୁଏ ତ ଅଧିକ ଭାରି ପଡ଼ିଲା ତାଙ୍କ ଏକ୍ସାଇଟେଡର ନତିଜା। ଯେଉଁଥିପାଇଁ ଦଳ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାଙ୍କ ଉପରେ। ରାଜ୍ୟସଭାର ମୁଖ୍ୟ ସଚେତକ ପଦବୀରୁ ବହିଷ୍କାର କରାଯାଇ ଉକ୍ତ ପଦବୀରେ ମାନସ ରଞ୍ଜନ ମଙ୍ଗରାଜ ଙ୍କୁ ରାଜ୍ୟସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆ ଯାଇଛି।

Naveen Patnaik

ତେବେ ହଠାତ୍ ଏଭଳି ନିଷ୍ପତ୍ତି କାହିଁକି।ଏଭଳି କେଉଁ ଭୁଲ କରି ବସିଲେ ସୁଲତା । ଯେଉଁଥିପାଇଁ ତାଙ୍କୁ ରାତାରାତି ପଦବୀରୁ କାଢି ଦିଆ ଗଲା। ବିଜେଡିର ଏହା ଏବେ ଏକ ଦଳୀୟ ନିୟମ ବନି ସାରିଛି ବୋଧେ।ଟିକିଏ ଭୁଲ କଲେ ପଦବୀରୁ ହାତ ଧୁଆ।ଯଦି ସେହି ଭୁଲ ରୁ ନ ଶିଖିଲ ତେବେ ସମ୍ପୂର୍ଣ ଜାଇ ପାରେ ଦଳୀୟ ସଦସ୍ୟତା ଏବଂ ଏପରି ଆଗକୁ ଅନେକ କାର୍ଯ୍ୟାନୁଷ୍ଠାନ ରହିଛି। ତେବେ ନିକଟରେ ସୌମ୍ୟ ରଞ୍ଜନଙ୍କ ଉଦାହରଣ ହିଁ ନିଅନ୍ତୁ।

ତେବେ ଲାଗୁଛି ଶୁଲତା ଅନ୍ୟର ଭୁଲ ରୁ ଦେଖି ଶିଖି ସାରିଲେଣି। କାରଣ ନିଜ ପଦବୀରୁ ହଟିବା ପରେ ସେ ଦଳର ନୁହେଁ ବରଂ ଗଣ ମାଧ୍ୟମର ଦୋଷ ଦେଇଛନ୍ତି।

Sulata deo post

ନିକଟରେ ବିଜେଡିର ଏକ ଜନ ସଚେତନ ପଦଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମ ସୂଚୀ ଅନୁସାରେ ଷ୍ଟେଜ ଉପରେ ଚଢ଼ିବାର ଅନୁମତି ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ଙ୍କୁ ନ ଥିବା ବେଳେ ଦୁହେଁ ଷ୍ଟେଜ ଉପରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଚ୍ ଓ ଉତ୍ତରୀୟ ପିନ୍ଧାଇଥିଲେ। ଯାହାକୁ ନେଇ ବିରକ୍ତ ମଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ।

ପରେ ତାଙ୍କୁ ତୃତୀୟ ମହଲା କୁ ଡକାଜାଇ ଟ୍ୟୁସନ୍ ମଧ୍ୟ କରାଯାଇଥିଲା। ଲାଗୁଛି ଦଳ ସହଜରେ ହଜମ କରି ପାରି ନାହିଁ କଥା ଟିକୁ।ତେଣୁ କରି ସୁଲତା ଦେଓଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ରାଜ୍ୟ ସଚେତକ ପଦବୀରୁ ବହିଷ୍କାର କରିଛି।