ଅଡୁଆରେ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନରେ ହଇରାଣ କରିବା ପାଇଁ ହାତ ମିଳାଇଛନ୍ତି ଟଙ୍କଧର ଏବଂ ସୁରେଶ

 
Tankadhara

ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ମାହୋଲ ସେତିକି ଗରମ ହେବାରେ ଲାଗିଛି। ଖାସ୍ କରି ରାଜ୍ୟ ବିଜେପିରେ ଫାଟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଲାଣି। ରାଜ୍ୟ ବିଜେପି ମୁଖିଆ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ନିଜେ ଆଗକୁ ଅଡ଼ୁଆରେ ପଡିବାକୁ ଯାଉଥିବା ଚର୍ଚ୍ଚା ଜୋର୍ ଧରିଲାଣି।

Dharmendra

ପୁଣି ଧର୍ମେନ୍ଦ୍ରଙ୍କୁ ତାଙ୍କର ହିଁ ଦଳର ଟଙ୍କଧର ତ୍ରିପାଠୀ ଖାଲରେ ପକାଇବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଧର୍ମେନ୍ଦ୍ରଙ୍କ ଠାରୁ ଟଙ୍କଧର ବଦଲା ନେବାକୁ ତୟାର୍ ହେଉଥିବା ଜଣାପଡିଛି। ପୁଣି ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ୟରେ ଟଙ୍କଧରଙ୍କ ସହିତ ବିଜେପି ନେତା ସୁରେଶ ପୂଜାରୀ ମଧ୍ୟ ହାତ ମିଳାଇଥିବା ଜଣାପଡିଛି।

Follow our whatsapp channel and get all latest news:- 

WhatsApp Channel (Join Now) Join Now

 ଏଠାରେ ପ୍ରଶ୍ନ ଉଠେ ଟଙ୍କଧର ଅବା ଧର୍ମେନ୍ଦ୍ରଙ୍କୁ କାହିଁକି ହଇରାଣ କରିବେ? ଏଥିରେ ତାଙ୍କର କି ଲାଭ ଅବା ସେ କେଉଁ ପ୍ରକାର ବଦଲା ନେବାକୁ ଯାଉଛନ୍ତି? ଏହା ଜାଣିବାକୁ ହେଲେ ଆପଣଙ୍କୁ ଝାରସୁଗୁଡା ଉପନିର୍ବାଚନ କଥା ଭାବିବାକୁ ହେବ। ଯେଉଁଥିରେ ଟଙ୍କଧରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Tankadhara

ଏହି ପରାଜୟ ପାଇଁ ଟଙ୍କଧରଙ୍କ ଗୋଷ୍ଠୀ ସିଧାସଳଖ ଭାବରେ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଥିଲେ। ଫାଇନାନ୍ସିଆଲ୍ ସପୋର୍ଟ ହେଉ ଅଥବା ଦଳୀୟ ସପୋର୍ଟ ସେମିତି କିଛି ବି ଟଙ୍କଧରଙ୍କୁ ମିଳିନଥିଲା ଯାହାକି ତାଙ୍କ ପରାଜୟର କାରଣ ସାଜିଥିବା କୁହାଯାଏ। ସେତେବେଳେ ଟଙ୍କଧରଙ୍କ ଉପରେ ଧର୍ମେନ୍ଦ୍ର ଯଥେଷ୍ଟ ଭରସା କରିପାରିନଥିଲେ।

Suresh

ଏବେ କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଭବାରେ ବଦଳି ଯାଇଛି। ଏବେ ଧର୍ମେନ୍ଦ୍ର ପଶ୍ଚିମ ଓଡ଼ିଶାରୁ ଲୋକସଭା ଆସନ ପାଇଁ ଲଢ଼ିବାକୁ ଯାଉଥିବା ବେଳେ କଣ୍ଟା ସାଜିଛନ୍ତି ଟଙ୍କଧର। ଖାସ୍ କରି ସମ୍ବଲପୁର ଆସନରୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିପାରନ୍ତି। ତେବେ, ସୁରେଶଙ୍କ ଜନ୍ମସ୍ଥାନ ସମ୍ବଲପୁର ହୋଇଥିବା ବେଳେ ତାଙ୍କ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ହଲାପଟା କରିବା ପାଇଁ ଯୋଜନା ଚାଲିଛି।

ତେବେ, ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୁରେଶ ଅବା ଏପରି କାହିଁକି କରିବେ। ପ୍ରକୃତରେ ସୁରେଶ ଆଗାମୀ ଲୋକସଭା ନିର୍ବାଚନ ବରଗଡ଼ ଆସନରୁ ଲଢ଼ିବାକୁ ଯାଉଛନ୍ତି। ଯେହେତୁ ବରଗଡ଼ ଝାରସୁଗୁଡା ବିଧାନସଭା ଆସନ ଅଧୀନରେ ଆସୁଛି। ତେବେ, ନିଜର ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ସୁରେଶ ଏବଂ ଟଙ୍କଧରଙ୍କ ମଧ୍ୟରେ ଡ଼ିଲ୍ ହୋଇଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ:- BSKY ନବୀନ କାର୍ଡ ପାଇଁ କେମିତି କରିବେ ଅନଲାଇନ ଆବେଦନ, ଖାଲି ଗ୍ରାମାଞ୍ଚଳ ନୁହେଁ ଏମାନଙ୍କୁ ମିଳିବ ସୁବିଧା