BSKY ନବୀନ କାର୍ଡ ପାଇଁ କେମିତି କରିବେ ଅନଲାଇନ ଆବେଦନ, ଖାଲି ଗ୍ରାମାଞ୍ଚଳ ନୁହେଁ ଏମାନଙ୍କୁ ମିଳିବ ସୁବିଧା

 
Bsky nabin card

ଆରମ୍ଭ ହୋଇଯାଇଛି BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଯାଏଁ ହେବ ଅନ୍‌ଲାଇନ୍‌ ପଞ୍ଜୀକରଣର । କାର୍ଡ ଲାଗି ଯୋଗ୍ୟ ଆଶାୟୀ ଅନ୍‌ଲାନ୍‌ରେ କରିପାରିବେ ଆବେଦନ । BSKYରୁ ବାଦ୍‌ ପଡ଼ିଥିବା ଗ୍ରାମାଞ୍ଚଳ ପରିବାର ଲାଗି ନବୀନ କାର୍ଡ ଉଦ୍ଦିଷ୍ଟ ହୋବ । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି ।

Bsky card

www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ଅନଲାଇନ ପଞ୍ଜୀକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ବାନ ଦିଆଯାଇଛି ।

ବର୍ତ୍ତମାନ ବିଏସକେଓ୍ବାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ । ବିଏସକେଓ୍ବାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ ।

BSKY କାର୍ଡ଼ ଥିବା ସତ୍ତ୍ବେ ନବୀନ କାର୍ଡ଼ ଆପ୍ଲାଏ କରିପାରିବ କି ନା, ଯଦି ଜଣେ ବ୍ୟକ୍ତିଙ୍କର ପୂର୍ବରୁ BSKY କାର୍ଡ଼ ଅଛି, ତେବେ ତାଙ୍କୁ ନବୀନ କାର୍ଡ଼ର ସୁବିଧା ମିଳିବ ନାହିଁ । ଯଦି ବି ସେ ନବୀନ କାର୍ଡ଼ ଆପ୍ଲାଏ କରୁଛନ୍ତି, ତେବେ ତାହା ରିଜେକ୍ଟ ହୋଇଯିବ । BSKY ଓ ନବୀନ କାର୍ଡ଼ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? BSKY ସ୍ୱାସ୍ଥ୍ୟ କାର୍ଡ଼ କେବଳ ରାସନକାର୍ଡଧାରୀ ପାଇଁ ଉପଲବ୍ଧ ଥିଲା, ଏହା ପଞ୍ଚାୟତସ୍ତରରେ ବଣ୍ଟନ ହେଉଥିଲା । କିନ୍ତୁ ବର୍ତ୍ତମାନ ନବୀନ କାର୍ଡ ଆପ୍ଲାଏ କରୁଥିବା ବ୍ୟକ୍ତିଙ୍କର ରାସନକାର୍ଡଧାରୀ ହୋଇ ନଥିଲେ ମଧ୍ୟ ନବୀନ କାର୍ଡ ପାଇପାରିବେ ।

Bsky nabin card

ପଞ୍ଜୀକରଣ ପାଇଁ କେଉଁ କାଗଜପତ୍ର ଆବଶ୍ୟକ -ଆବେଦନକାରୀଙ୍କ ମୋବାଇଲ ନମ୍ବର ସହ ଆଧାର ସଂଯୋଗ ଜରୁରୀ -୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ର -ଆବେଦନକାରୀଙ୍କ ସଦ୍ୟତମ ଫଟୋ -୫ ବର୍ଷରୁ କମ୍‌ ପିଲାଙ୍କ ସମେତ ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଜରୁରୀ -୫ ବର୍ଷରୁ କମ୍‌ ପିଲାଙ୍କ ଆଧାର ନଥିଲେ ଜୁନ ୩୦ ସୁଦ୍ଧା ଦାଖଲ କରିବା ନେଇ ଅଣ୍ଡରଟେକିଂ ଦେଇପାରିବେ।

ଏଥିରେ ହୃଦରୋଗ, କିଡନୀ ରୋଗ, ବ୍ରେନ୍ ଷ୍ଟ୍ରୋକ, ବ୍ରେନ୍ ଟ୍ୟୁମର ଭଳି ଜଟିଳ ରୋଗର ଚିକିତ୍ସା ମିଳିପାରିବ ଗମ୍ଭୀର ମସ୍ତିସ୍କ କ୍ଷତ, ପୋଡ଼ାଜଳା ଆହତ, ସ୍ନାୟୁ, ମାଂସପେଶୀ, କ୍ୟାନସର ଭଳି ଜଟିଳ ରୋଗର ଚିକିତ୍ସା ମିଳିପାରିବ।