ସୌମ୍ୟ କହିଲେ "ଚନ୍ଦ୍ରଯାନ-୩ ଠାରୁ ମଧ୍ୟ ଅଧିକ ଖର୍ଚ୍ଚ ପାଣ୍ଡିଆନ ନିଜ ଗସ୍ତ ରେ କରୁଛନ୍ତି, ଓଡିଶା ଲୋକ ଙ୍କ ଝାଳବୁହା ଧନ କୁ..."
ବିଜେଡ଼ିର କାର୍ଯ୍ୟକଳାପକୁ ନେଇ ବିରୋଧ ତେଜିବାରେ ଲାଗିଛି। କେବଳ ଯେ ବିରୋଧୀ ତାହା ନୁହେଁ ବରଂ ଖୋଦ୍ ଶାସକ ଦଳ ମଧ୍ୟରେ ଦେଖା ଦେଉଛି ବିବାଦ। 5T ସଚିବଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନାପସନ୍ଦ କରୁଛନ୍ତି ବିଭିନ୍ନ ନେତା ମନ୍ତ୍ରୀ। ଏହାରି ଭିତରେ ସବୁଠାରୁ ବଡ଼ ନାଁ ହେଉଛି ବିଜେଡି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାମ। ନିଜ ସମ୍ପାଦକୀୟ ଜରିଆରେ ସୌମ୍ୟ ସିଧାସଳଖ 5T ସଚିବଙ୍କ ଉପରେ ଆକ୍ରମଣ କରୁଛନ୍ତି।
ଚନ୍ଦ୍ରଯାନ-୩ ପାଇଁ ଯେତିକି ଖର୍ଚ୍ଚ ହୋଇଥିଲା। 5T ସଚିବଙ୍କ ଜିଲ୍ଲା ଗସ୍ତ ଗୁଡିକ ପାଇଁ ମଧ୍ୟ ସେତିକି ଖର୍ଚ୍ଚ ହେଉଛି ବୋଲି କଟାକ୍ଷ କରି କହିଛନ୍ତି ସୌମ୍ୟ। ଚନ୍ଦ୍ରଯାନ ମିଶନ ପାଇଁ ଇସ୍ରୋ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପାଣ୍ଡିଆନଙ୍କ ୩୦ ଜିଲ୍ଲା ଗସ୍ତ ପାଇଁ ମଧ୍ୟ ସେତିକି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି କହିଛନ୍ତି ଖଣ୍ଡପଡା ବିଧାୟକ। ସାଧାରଣ ଲୋକଙ୍କ ଟଙ୍କାରେ ହେଲିକପ୍ଟରରେ ବୁଲି ବୁଲି ରାଜକୋଷ ଉପରେ ବୋଝ ବଢାଉଥିବା ସେ ଅଭିଯୋଗ କରିଛନ୍ତି।
କେବଳ ସେତିକି ନୁହେଁ ବରଂ ସୌମ୍ୟ ପାଣ୍ଡିଆନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସଚିବ ୟଶପାଲ୍ କପୁରଙ୍କ ସହିତ ତୁଳନା କରିଛନ୍ତି। ସେତେବେଳେ ଇନ୍ଦିରା ଗାନ୍ଧୀ ୟଶପାଲଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିଥିଲେ। ଯାହାକୁ ଆଲ୍ଲାହବାଦ୍ ହାଇକୋର୍ଟ ଆସିଦ୍ଧ ଘୋଷଣା କରିଥିଲେ।
ପାଣ୍ଡିଆନଙ୍କ ଗୁଣ ମଧ୍ୟ ୟଶପାଲଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଛନ୍ତି ସୌମ୍ୟ। ବିଜେଡି ସଭାରେ କୌଣସି ନେତାମନ୍ତ୍ରୀ ଦେଖା ଯାଉନଥିବା ବେଳେ କେବଳ 5T ସଚିବଙ୍କ ଦର୍ଶନ ମିଳିବା ଏକ ଭିନ୍ନ ମାନସିକତାର ପରିଚୟ ଦେଉଛି ବୋଲି ସୌମ୍ୟ ଉଲ୍ଲେଖ କରିଛନ୍ତି।
ଆହୁରି ପଢ଼ନ୍ତୁ:- ବିଜେଡି ବିଧାୟକଙ୍କ ଯୌନକ୍ରିୟା, ଏରିଆରେ କାମ କମ୍ ବେଡ଼ରୁମରେ ଅଧିକ, ସ୍ୱତନ୍ତ୍ର ଘରେ ଚାଲୁଛି ରାସଲୀଳା, ଜାଣନ୍ତୁ ପୁରା ଖବର