ଦେଖନ୍ତୁ ଭିଡ଼ିଓ: ବିଜେଡି ଉପରେ ସାଙ୍ଘାତିକ ଅଭଯୋଗ ଲଗାଇଲେ ସୌମ୍ୟ, କହିଲେ,"ନବୀନଙ୍କ ବଦଳରେ ଶାସନ କରୁଛି ପାଣ୍ଡିଆନ୍…."

 
Pandian

ଶାସକ ଦଳ ବିଜେଡ଼ିରେ ଥାଇ ଦଳ ବିରୋଧରେ ମତ ଦେଉଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଫଳସ୍ୱରୂପ ତାଙ୍କୁ ଉପସଭାପତି ପଦରୁ ବିଦା କରିଛି ବିଜେଡ଼ି।

ତେବେ, ସରକାରଙ୍କର ସବୁ କାରନାମାକୁ ସେ ପଦାରେ ପକାଇ ଦେଇଛନ୍ତି। କିଛି ଲୋକେ ଖାସ୍ କରି ବିଜେଡିକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ତାଙ୍କୁ ନିନ୍ଦା କରୁଥିବା ବେଳେ ଅନ୍ୟ କିଛି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି।

Soumya

ଏହାରି ଭିତରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଆଦିକବି ସାରଳା ଦାସଙ୍କ କାର୍ଯ୍ୟକ୍ରମରେ ସୌମ୍ୟ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଭାଷଣ ଦେବାକୁ କୁହାଯାଇଥିବା ବେଳେ ବିଜେଡିକୁ ନିନ୍ଦା କରିଥିଲେ ସୌମ୍ୟ। ସେ କହିଥିଲେ ମହିଳାମାନେ ଗାଁ ସରପଞ୍ଚ ସାଜି ଯେଉଁଭଳି ଭାବରେ ନିଜ ସ୍ୱାମୀଙ୍କୁ ଶାସନ କରୁଛନ୍ତି ଠିକ ସେହିଭଳି ବର୍ତ୍ତମାନ ବିଜେଡିର ଅବସ୍ଥା।

ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ବେଳେ ଜଣେ ସରକାରୀ ଅଧିକାରୀ ରାଜ୍ୟକୁ ଶାସନ କରୁଛନ୍ତି। ଯଦି ଶାସନ କରିବାକୁ ଏତେ ଇଚ୍ଛା ତେବେ ଚାକିରୀ ଛାଡ଼ି ରାଜନୀତିକୁ ଆସନ୍ତୁ ବୋଲି ସୌମ୍ୟ ପରୋକ୍ଷ ଭାବରେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଥିଲେ। ଆହୁରି ମଧ୍ୟ ତାଙ୍କ ସମ୍ବାଦ ପତ୍ରିକା କାହା ବାପା ପଇସାରେ ଚାଲୁନି ତେଣୁ ଆଗକୁ ମଧ୍ୟ ସେ ନିଜ ସାମ୍ବାଦିକତାରେ ସତ ଲେଖିବା ଜାରି ରଖିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ:- ଆସୁଛି ଗଣେଶ ଚତୁର୍ଥୀ ହେବାକୁ ଯାଉଛି ଗ୍ରହ ଚାଳନାରେ ପରିବର୍ତ୍ତନ, ବଦଳିବ ଆପଣଙ୍କ ରାଶିର ଭାଗ୍ୟ