ଆସୁଛି ଗଣେଶ ଚତୁର୍ଥୀ ହେବାକୁ ଯାଉଛି ଗ୍ରହ ଚାଳନାରେ ପରିବର୍ତ୍ତନ, ବଦଳିବ ଆପଣଙ୍କ ରାଶିର ଭାଗ୍ୟ

 
Ganesh puja horoscope

ଆସୁଛି ଗଣେଷ ପୂଜା। ସର୍ବ ବିଘ୍ନ ବିନାୟକ ଶ୍ରୀ ଗଣେଶଙ୍କ ପୂଜା ଜୀବନରେ ଆସିଥିବା ସମସ୍ତ ବିଘ୍ନର ସମାଧାନ ନିମନ୍ତେ କରାଯାଇଥାଏ। ବିଦ୍ୟାଦାତା ଶ୍ରୀ ବିନାୟକଙ୍କ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି ସର୍ବ ଦେବା ଦେବୀ ତଥା ନକ୍ଷତ୍ର ସର୍ବ ତଥା ଅଗ୍ର ପୂଜିତ ଡରି ଗଣେଶ ମଧ୍ୟ ଗ୍ରହ ଦୋଷ ଖଣ୍ଡନ କରିଥାନ୍ତି।

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀ ତିଥିରେ ପାଳିତ ହୋଇଥାଏ ଗଣେଶ ପୂଜା ଯାହାକୁ ଗଣେଶ ଚତୁର୍ଥୀ ମଧ୍ୟ କୁହାଯାଏ। ଗଣେଶ ସୁଖ ଶାନ୍ତି, ଧନ, ବିଦ୍ୟା ଆଦି ପ୍ରଦାନ କରିଥାନ୍ତି।ଗଣେଶ ସାଧାରଣତଃ କେତୁ ଓ ବୁଧ ଗ୍ରହର ପ୍ରତିନିଧିତ୍ଵ କରିଥାନ୍ତି।କେତୁ ଓ ବୁଧ ଗ୍ରହ ଜନିତ ଜୀବନରେ ଆସିଥିବା ସମସ୍ୟା ନିମନ୍ତେ ଶ୍ରୀ ଗଣେଶଙ୍କୁ ପୂଜା କରା ଯାଇଥାଏ।

ତେବେ ଜ୍ୟୋତିର୍ବିଦଙ୍କ ଗଣନା ଅନୁସାରେ ଆଗକୁ ଆସୁଥିବା ଏହି ଗଣେଶ ପୂଜା ଅନେକ ରାଶିର ଲୋକ ମାନଙ୍କ ପାଇଁ ଶୁଭଙ୍କର ରହିଛି ଏବଂ ଅନ୍ୟ କିଛି ରାଶିଙ୍କ ପାଇଁ କେତୁ ଓ ବୁଧ ଗ୍ରହର ପ୍ରଭାବ ନକାରାତ୍ମକ ରହିଛି। ତେବେ ଆସନ୍ତୁ ସମସ୍ୟା ଓ ସମାଧାନର ବାଟ।

ତୁଳା ରାଶି : ଏହି ରାଶିରେ କେତୁଙ୍କ ଅବସ୍ଥାନ ରହିଛି।ଯାହା ତୁଳା ରାଶିର ଲୋକ ମାନଙ୍କ ପାଇଁ ଶୁଭଙ୍କର ନୁହେଁ। ବିଭିନ୍ନ ସମସ୍ୟା ଦେଖ ଦେବାର ସମ୍ଭାବନା ମଧ୍ୟ ରହିଛି। ଶାରିରୀକ ତଥା ମାନସିକ ସନ୍ତୁଳନ ମଧ୍ୟ କ୍ଷୟ ହୋଇ ପାରେ। ତେବେ ଚିନ୍ତିତ ହୁଅନ୍ତୁ ନାହିଁ। ଗଣେଷଙ୍କ ବିଘ୍ନଟ ପ୍ରତିମା ଆନ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ମେଷ ରାଶି : ମେଷ ରାଶିରେ କେତୁ ଗ୍ରହ ସପ୍ତମ ରେ ଅବସ୍ଥାନ କରୁଛି। ଯାହା ମେଷ ରାଶିର ଲୋକମାନଙ୍କ ପାଇଁ ଶୁଭଙ୍କର ନୁହେଁ।ଶାରିରୀକ ସମସ୍ୟା ଦେଖା ଦେବ। ଯନ୍ତ୍ରଣା ଅନୁଭବ ହେବା ସହିତ ଗୁପ୍ତ ଅଙ୍ଗରେ ପୀଡ଼ା ପାଇ ପାରନ୍ତି। ତେବେ ଆପଣ  ସୁମୁଖ ଗଣେଶ ପ୍ରତିମାର ପୂଜା କରନ୍ତୁ। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ବୃଷ ରାଶି : କେତୁ ଗ୍ରହ ଷଷ୍ଠ ରେ ଅବସ୍ଥାନ କରୁଛି। ଶୁଭ ରହିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ, ଉନ୍ନତି ଘଟିବ। ବେଦାନ୍ତ ଗଣେଶ ପ୍ରତିମାର ପୂଜା କରନ୍ତୁ ଆଶୀର୍ବାଦ ପ୍ରାପ୍ତି ହେବ।

Cg

ମିଥୁନ ରାଶି  : କେତୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଘୋର ବିପଦ ରହିଛି।ସନ୍ତାନ ଉପରେ ବିପତ୍ତି ଉପୁଜି ପାରେ। ତେବେ ଆପଣ କପିଳରାମ ନାମରେ ଗଣେଶଙ୍କ ପ୍ରତିମା ଆମ ଆରାଧନା କରନ୍ତୁ ଗ୍ରହ ଖଣ୍ଡନ ହେବ।

କର୍କଟ ରାଶି : କେତୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ପରିବାରରେ ଅଶାନ୍ତି ଦେଖା ଦେବ। କଳହ ଲାଗି ରହିବ। ଜମିକୁ ନେଇ ସମସ୍ୟା ଦେଖା ଦେବ। ଆପଣ ଗଜ କନିକ ପ୍ରତିମା ଆଣି ପୂଜା କରନ୍ତୁ ଗ୍ରହ ଖଣ୍ଡନ ହେବ।

ସିଂହ ରାଶି : କେତୁ ତୃତୀୟ ସ୍ଥାନରେ ରହିଛି।ପରିବାରରେ ଶାନ୍ତି ଲାଗି ରହିବ।ଭଗିନୀ ସମ୍ପର୍କ ବଢିବ। ଆପଣ ଲମ୍ବୋଦର ପ୍ରତିମା ଆଣି ପୂଜା କରନ୍ତୁ।

କନ୍ୟା ରାଶି : କେତୁ ଦ୍ଵିତୀୟ ସ୍ଥାନରେ ରହିଛି। ଧନ ହାନୀ, ଶରୀର ପୀଡ଼ା, କ୍ଷୟ ଆଦି ହୋଇପାରେ। ଆପଣ ଗଣେଶଙ୍କ ବିକଟ ପ୍ରତିମା ଆଣି ପୂଜା କରନ୍ତୁ।

Rashi

ବିଛା ରାଶି : କେତୁ ଦ୍ଵାଦଶ ଘରେ ଅଛନ୍ତି। ବ୍ୟୟ ବଢିବ।କରଜ କରି ପାରନ୍ତି। ଆର୍ଥିକ କ୍ଷୟ ଘଟିବ। ବିନାୟକ ପ୍ରତିମା ଆଣି ପୂଜା କରନ୍ତୁ।

ଧନୁ ରାଶି : କେତୁ ଏକାଦଶ ଘରେ ଅଛନ୍ତି, ହଠାତ୍ ଲାଭ ବଢିବ। ଆର୍ଥିକ ଉନ୍ନତି ଘଟିବ। ଆପଣ ଧୃମକ ପ୍ରତିମା ଆଣି ପୂଜା କରନ୍ତୁ।

ମକର ରାଶି : କେତୁ ଦଶମ ଘରେ ଅଛନ୍ତି। କର୍ମରେ ବ୍ୟାଘାତ ସୃଷ୍ଟି ହେବ।ଶରୀର ଅସୁସ୍ଥ ରହିବ । ଧନ ହାନୀ ହେବ। ତେଣୁ ଗଣେଷଙ୍କ ଆଶୀର୍ବାଦ ପାଇଁ ଗଣ ନାୟକ ପ୍ରତିମା ଆଣି ପୂଜା କରନ୍ତୁ।

କୁମ୍ଭ ରାଶି : କେତୁ ନବମ ସ୍ଥାନରେ ରହିଛି। ଭାଗ୍ୟ ହାନୀ ଘଟିବ। ଆକସ୍ମିକ ଦୁର୍ଘଟଣା ହେବାର ସମ୍ଭାବନା ଅଛି।

ମୀନ ରାଶି : କେତୁ ଅଷ୍ଟମ ଘରେ ଅବସ୍ଥାନ କରୁଛନ୍ତି। ଯାହା ଆପଣଙ୍କ ପାଇଁ ଖରାପ ସଂକେତ ଅଟେ। ମୃତ୍ୟୁର ଭୟ ନାହିଁ। ଆକସ୍ମିକ ଦୁର୍ଘଟଣା ଘଟିପାରେ।