ତେଜିଲା ବିଜେଡ଼ି ବିରୋଧୀ ଅଭିଯାନ, ଆନ୍ଦୋଳନକାରୀ କହିଲେ ନେତା ମନ୍ତ୍ରୀ ଘରେ ରୁହନ୍ତୁ, ପାଣ୍ଡିଆନ୍ ତୁମେ ବିଧାନସଭା ଚଳାଅ….

 
Naveen

ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ବିଗିଡିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି 5T ସଚିବ ଭି.କେ ପାଣ୍ଡିଆନଙ୍କୁ ସେତିକି ବିରୋଧ କରିବାରେ ଲାଗିଛନ୍ତି ଲୋକେ। ବିରୋଧୀ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଅଛି।

ପାଣ୍ଡିଆନ୍ ସଭା ସମିତି ଗୁଡିକରେ ଯୋଗ ଦେବା ଏବଂ ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଦେବାକୁ ବିରୋଧୀ ଦଳ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

Naveen

ଏବେ 'ମୋ ଦଳ' ନାମକ ଏକ ରାଜନୈତିକ ଦଳ ପକ୍ଷରୁ ରାଜରାସ୍ତାରେ ଖୋଲା ଖୋଲି ଭାବରେ ବିଜେଡି ଏବଂ 5T ସଚିବଙ୍କୁ ବିରୋଧ କରାଯାଉଅଛି। ଏହି ଦଳର ଜଣେ ନେତାଙ୍କ କହିବା ଅନୁଯାଇ ପାଣ୍ଡିଆନ ଏଭଳି ସଭା ସମିତିରେ ଆସୁଛନ୍ତି ତେବେ ସେ ନିଜେ ନିର୍ବାଚନ ଲଢନ୍ତୁ। ସେ ଯେଉଁଠାକୁ ଯାଉଛନ୍ତି ମନ୍ତ୍ରୀ ବିଧାୟକମାନେ ଲୋକ ଏବଂ ଷ୍ଟେଜ୍ ଯୋଗାଡ଼ କରିବାରେ ଲାଗି ପଡୁଛନ୍ତି। 

ଏଭଳି ପରିସ୍ଥିତିରେ ନେତା ମନ୍ତ୍ରୀମାନେ ଘରେ ବସନ୍ତୁ ଏବଂ ପାଣ୍ଡିଆନ ଯାଇ ବିଧାନସଭା ସମ୍ଭାଳନ୍ତୁ ବୋଲି କହିଛି ଆମ ଦଳ। ମୋ ଦଳର ନେତାମାନଙ୍କ କହିବା ଅନୁଯାଇ ଯେପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ରାଜ୍ କରୁଛି ସେପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି ହୋଇପାରିବ ନାହିଁ। ତେଣୁ ସେମାନଙ୍କ ପକ୍ଷରୁ ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଅର ଆହ୍ୱାନ ଦିଆଯାଇଅଛି ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଯେଉଁ ହାତ ଦିନେ ସିନ୍ଦୂର ପିନ୍ଧାଇ ଥିଲା ସେଇ ହାତ ଆଜି ପଇସା ପାଇଁ ସାରି ଦେଲା ସବୁ କିଛି