ଦେଖନ୍ତୁ ଭିଡିଓ: ଯେଉଁ ହାତ ଦିନେ ସିନ୍ଦୂର ପିନ୍ଧାଇ ଥିଲା ସେଇ ହାତ ଆଜି ପଇସା ପାଇଁ ସାରି ଦେଲା ସବୁ କିଛି

 
Couple

ଯୌତୁକ ପାଇଁ ବଳି ପଡ଼ିଗଲା ସମ୍ପର୍କ। ଯେଉଁ ହାତ ଦିନେ ଦେଇଥିଲା ସିନ୍ଦୂର ସେହି ହାତ ଆଜି ନେଇଗଲା ଜୀବନ। ଛାଡ଼ି ଦିଅ ଛାଡ଼ି ଦିଅ ମରିଯିବି। ଯେତେ ଚିତ୍କାର କରି କାକୁତି ମିନତୀ ହେଲେ ମଧ୍ୟ ଶୁଣି ନ ଥିଲେ ନିଷ୍ଠୁର ଶାଶୁଘର ଲୋକେ। ଶେଷରେ ମାରି ମାରି ନେଇଗଲେ ଜୀବନ।

Couple

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପଗଡ ଗାଆଁରେ। ଉକ୍ତ ଗ୍ରାମର ପ୍ରଭଞ୍ଜନ ଦାସ ମହାପାତ୍ର ଏରଡ଼ା ଗାଆଁର ଦେବାଶିଷ ବେହେରାଙ୍କ ଝିଅ ମଧୁସ୍ମିତାଙ୍କ ସହିତ ୨୦୨୦ ମସିହାରେ ବୈବାହିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଅନେକ ଆଶା ଓ ଭରସାର ସହିତ ମଧୁସ୍ମିତା ନିଜ ଘର ଛାଡ଼ି ସ୍ୱାମୀର ଘରକୁ ଚାଲି ଆସିଥିଲେ ସବୁ ଦିନ ପାଇଁ। ହେଲେ ସେ କେବେ ଭାବି ନ ଥିଲେ ଯେଉଁ ଘରକୁ ତାଙ୍କର ସବାରି ଯାଇଥିଲା ସେ ଘରୁ ଏତେ ଜଲଦି ତାଙ୍କର କୋକେଇ ଉଠିବ ବୋଲି।

ସୂଚନା ଅନୁସାରେ ବାହାଘରର ବର୍ଷେ ପର୍ଯ୍ୟନ୍ତ ସବୁ କିଛି ଭଲ ଚାଲିଥିଲା। ମଧୁସ୍ମିତା ଓ ପ୍ରଭଞ୍ଜନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ହେଲେ ଧୀରେ ଧୀରେ ସ୍ଵାମୀ ଓ ଶାଶୂଘର ଲୋକେ ମଧୁସ୍ମିତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ।କେବେ ମାନସିକ ତ କେବେ ଶାରିରୀକ। କୁହାଯାଉଛି ବିବାହ ବେଳେ ମଧୁସ୍ମିତା ମନ ମୁତାବକ ଯୌତୁକ ନ ଆଣିଥିବାରୁ ଶାଶୁ ଘର ଲୋକଙ୍କ ମନରେ ଅଶାନ୍ତି ରହିଥିଲା। କଥା କଥାକେ ମଧୁସ୍ମିତା ଙ୍କୁ ସେ ଲାଞ୍ଛନା ଶୁଣାଉଥିଲେ।

କଥାରେ ଅଛି ସ୍ଵାମୀ ସ୍ତ୍ରୀ ସଂପର୍କ ଠାରୁ ବଳି ବଡ ସମ୍ପର୍କ କିଛି ଆଉ ଏ ଦୁନିଆରେ ନାହିଁ। ହେଲେ ଥରେ ଭାବି ଦେଖିଲେ ସେହି ସ୍ଵାମୀ ଯଦି ରକ୍ଷକରୁ ଭକ୍ଷକ ସାଜେ ତେବେ ସ୍ତ୍ରୀଟି କାହାକୁ ଜଣାଇବ ନିଜ ଦୁଃଖ। ଭାଗ୍ୟକୁ ଦୋଷ ଦେବ ନା ଭଗବାନ ଙ୍କୁ। ଜୀବନର ମୂଲ୍ୟ କଣ ଏତେ କମ୍। କିଛିଟା ଧନ ପାଇଁ ତାର ବଳି ପକାଇ ଦିଆଯିବ। ସମାଜରେ ନାରୀ ମାନଙ୍କର ସୁରକ୍ଷା ପ୍ରତି ଯେତେ ଆଇନ୍ କାନୁନ୍ ଲାଗୁ କଲେ ମଧ୍ୟ କିଛି ନୀଚ୍ଚ ଭାବନାର ବ୍ୟକ୍ତି ସେହି ପଛୁଆ ଘୃଣ୍ୟ ମାନସିକତାକୁ ନେଇ ବଞ୍ଚୁଛନ୍ତି। ଯାହାର ସମାଧାନ କେବଳ ଆଇନ୍ କାନୁନ୍ ପ୍ରଣୟନ ଦ୍ୱାରା ନୁହେଁ ବରଂ ହୁଏ ତ କଠୋର ଦଣ୍ଡ ଦ୍ୱାରା ହୋଇ ପାରିବ।