ବିଜେଡି-ବିଜେପି ମହାମେଣ୍ଟ କୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, କହିଲେ "ନବୀନ ବାବୁ ଏବଂ ମୋଦି ମିଶି କି..."

 
Bjp bjd

ନିର୍ବାଚନ ଯେତିକି ପାଖେଇ ଆସୁଛି ତାହାରି ମଧ୍ୟରେ ବିଜେଡି ଏବଂ ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଉଭୟ ଦଳର ରାଜ୍ୟ ପ୍ରତିନିଧି ଦିଲ୍ଲୀରେ ଏଥିନେଇ ହେଉଥିବା ମିଟିଂ ଗୁଡିକରେ ଯୋଗ ଦେଉଥିବା ସୂଚନା ମିଳିଛି। କେହି ଏଥିନେଇ ଖୋଲାଖୋଲି ଭାବରେ ସୂଚନା ଦେଉନଥିଲେ ହେଁ ଏପରି ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। 

Pandian

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ, ଏଥିନେଇ ଗଣମାଧ୍ୟମ ପକ୍ଷରୁ 5T ତଥା ନବୀନ ଓଡ଼ିଶା ଅଧକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ତେବେ, ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍। ରାଜନୈତିକ କ୍ଷେତ୍ରକୁ ବାଦ ଦେଲେ ଉଭୟେ ଭଲ ବନ୍ଧୁ ଏବଂ ଉଭୟ ଉଭୟଙ୍କୁ ବେସ୍ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ।

Modi

ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଦଳ ମେଣ୍ଟ କରି ପାରନ୍ତି। କିନ୍ତୁ, ମେଣ୍ଟ ହେବ କି ନାହିଁ ସେଥିନେଇ ସେ ସ୍ପଷ୍ଟ କିଛି କହିନାହାଁନ୍ତି। ନବୀନ ପଟ୍ଟନାୟକ ଆଗାମୀ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ପାଣ୍ଡିଆନ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ନିର୍ବାଚନରେ ଏପରି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Naveen

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସରକାର ଗଠନ କରିବାକୁ ହେଲେ ନବୀନ କିମ୍ବା ବିଜେଡିକୁ ବିଜେପିର ସହାୟତା ଦରକାର ନାହିଁ। ସେହିପରି ଭାବରେ ଦେଶରେ ସରକାର ଗଢିବା ପାଇଁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ। ଏପରି କ୍ଷେତ୍ରରେ ଦଳ କଣ ପାଇଁ ମେଣ୍ଟରେ ସାମିଲ ହେବ। ହୁଏତ ଏକ ବୃହତ୍ତର ସ୍ୱାର୍ଥ ହେତୁ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରେ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ନାଲି କପଡ଼ା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍‌, ମେମୁ ଟ୍ରେନ୍‌ରେ କଟିଗଲା ଛାତ୍ରର ଶରୀର