ଦେଖନ୍ତୁ ଭିଡିଓ: ନାଲି କପଡ଼ା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍‌, ମେମୁ ଟ୍ରେନ୍‌ରେ କଟିଗଲା ଛାତ୍ରର ଶରୀର

 
Train
ନାଲି ପତାକା ଦେଖାଇ ଚେଷ୍ଟା କରୁଥିଲେ ଛାତ୍ର ଦୁଇ ଜଣ । ହେଲେ ଟ୍ରେନ୍ କିନ୍ତୁ ନା ଅଟକିଲା ନା ନିଜର ବେଗ କମାଇଲା । ଛାତ୍ରଙ୍କ ଉପରେ ଚଢ଼ାଇ ନେଇ ଚାଲିଗଲା । ଆଜ୍ଞା ହଁ , ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗେରିକୋଷି ଥାନା ବନକାଟି ପେଟ୍ରୋଲ ପମ୍ପ ନିକଟରେ । 

 Train

ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ପାଞ୍ଚଟା ସମୟରେ ବାଙ୍ଗେରିକୋଷି ରେଳ ଷ୍ଟେସନ ନିକଟରେ ଯାଉଥିବା ଟ୍ରେନ୍ ରେ ITI ଛାତ୍ର ଜଣକ ପ୍ରାଣ ହରାଇଥିଲେ । ଲୋକଙ୍କ କହିବା ଅନୁସାରେ ଛାତ୍ର ଜଣକ କାନରେ ଇଅର୍ ଫୋନ୍ ଲଗାଇ କଥା ହେଉଥିବା ବେଳେ ବାଙ୍ଗେରିକୋଷି ରୁ ବାଲେଶ୍ଵର ଯାଉଥିବା ମେମୁ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମୃତ ଛାତ୍ର ଜଣକ ହେଉଛନ୍ତି ଝାରପୋଖରିଆ ଥାନା ଅନ୍ତର୍ଗତ ବାସଦା ଗ୍ରାମର ବାପୁନ୍ ମହାନ୍ତି । ଟ୍ରେନ୍ ପଟ୍ରିରେ ବାପୁନ୍ ଙ୍କ ଶବ ଦେହ ପଡ଼ିଥିବାରୁ ବାପୁନ୍ ଙ୍କ ସାଙ୍ଗ ମାନେ ସେହି ପଟ୍ରୀରେ ଆସୁଥିବା ଅନ୍ୟ ଏକ ଟ୍ରେନ କୁ ନାଲି କପଡ଼ା ଦେଖାଇଥିଲେ ।

ହେଲେ ଏହି ଟ୍ରେନ୍ ଟି ନାଲି ସିଗ୍ନାଲ କୁ ବେଖାତିର କରି ଆଗକୁ ଦ୍ରୁତ ଗତିରେ ମାଡ଼ି ଯାଇଥିଲା । ଯାହା ଫଳରେ ବାପୁନ୍ ଙ୍କ ଶବର ଚିହ୍ନ ବର୍ଣ୍ଣ ମିଳି ନ ଥିଲା ।