ଜି-୨୦ ର ଆୟୋଜନ କୁ ଦେଖି ଆଶ୍ଚର୍ଯ୍ୟ ହେଲେ ମନମୋହନ ସିଂ, ମୋଦୀଙ୍କୁ ପ୍ରଶଂସା କରି କହିଲେ ଏମିତି...

ଦେଶର କୂଟନୀତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ନିଜର ଆର୍ଥିକ ସ୍ୱାର୍ଥକୁ ଆଗରେ ରଖି ଭାରତ ଯେଉଁଭଳି ଭାବରେ ଶାନ୍ତି ପାଇଁ ଅନୁରୋଧ କରିଛି ତାହାକୁ ସମର୍ଥନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।
ଚଳିତବର୍ଷ ଭାରତ ଜି-୨୦ ଦେଶମାନଙ୍କର ଅଧ୍ୟକ୍ଷତା କରୁଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସମେତ ଜି-୨୦ ସଦସ୍ୟତା ଥିବା ଦେଶର ଅନେକ ବଡ ବଡ ବିଶ୍ୱନେତା ଦିଲ୍ଲୀ ଆସି ପହଞ୍ଚିଛନ୍ତି। ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଏହି ଶିଖର ସମ୍ମିଳନୀରେ ସାମିଲ ହୋଇନାହାଁନ୍ତି।
ମିଳିଥିବା ସୂଚନା ଅନୁଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଜି-୨୦ ନେତାଙ୍କ ପାଇଁ ଆୟୋଜିତ ରାତ୍ର ଭୋଜନକୁ ନିମନ୍ତ୍ରଣ କରାଯାଇଥିଲା । ସେ ଜି-୨୦ ର ଆୟୋଜନ କୁ ଦେଖି ଅସବଗର୍ଯ୍ୟ ହେବ ସହ ଅତ୍ୟନ୍ତ ଖୁସି ମଧ୍ୟ ହୋଇଥିଲେ ।
ଭାରତର କୂଟନୀତିକୁ ପ୍ରଶଂସା କରିବା ସହିତ ମନମୋହନ କହିଥିଲେ ଯେ ଦୁଇ କିମ୍ବା ଅଧିକ ଦେଶ ଯୁଦ୍ଧରେ ସାମିଲ ରହିଥିବା ବେଳେ ପକ୍ଷ ବାଛିବା କଷ୍ଟକର ହୋଇଥାଏ। କିନ୍ତୁ, ଭାରତ ସରକାର ଯେଉଁଭଳି ଭାବରେ ନିଜର ଦେଶ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି ତାହା ପ୍ରଶଂସନୀୟ ଅଟେ।
ଆହୁରି ପଢ଼ନ୍ତୁ:- ବୋହୂ ଖାଇଦେଲା ଚିକେନ୍ ପକୋଡା ତ ରାଗିଗଲେ ଶାଶୁଘର ଲୋକେ, ଆଉ ବୋହୂକୁ ପିଟିପିଟି ମାରିଦେଲେ, ଜାଣନ୍ତୁ ପୁରା ଘଟଣା