ପୁଣି ହିନ୍ଦୁ ବିରୋଧୀ ମମତା ଦେଲେ ଅଜବ ବୟାନ, କହିଲେ "ଦେଶର ନାଁ 'ଭାରତ' ରଖ କିନ୍ତୁ..."
ଦେଶର ନାମ 'ଇଣ୍ଡିଆ'କୁ ହଟାଇ କେବଳ ଭାରତ ରଖିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ବେଳେ ଏଥିନେଇ ଚର୍ଚ୍ଚା ଜୋର ଧରିଛି। ତେବେ, ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛି ବିରୋଧୀ ଦଳ। ଏହାରି ଭିତରେ ମମତା ବାନାର୍ଜୀ ନିଜର ମତ ରଖିଛନ୍ତି, ସେ କହିଛନ୍ତି ଯେ ଦେଶର ନାଁ ବଦଳାଇବା ନେଇ ତାଙ୍କର କୌଣସି ଆପତ୍ତି ନାହିଁ।
କିନ୍ତୁ, ସମ୍ବିଧାନରେ ସଂଶୋଧନ ନ କରି 'ଇଣ୍ଡିଆ' ନାମ ହଟାଇବା ଅସମ୍ବିଧାନିକ ଏବଂ ଭୁଲ୍ ହେବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ବରଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ଶାସକ ଦଳ ପକ୍ଷରୁ ଏହା ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛନ୍ତି ଦିଦି।
ଅନ୍ୟ ଏକ ଖବର ଅନୁଯାଇ ମମତା ସୋମବାର ଦିନ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ଧାରଣର ପରିବର୍ତ୍ତନ କରିଛନ୍ତି। ସେ ବାବୁଲ ସୁପ୍ରିୟୋଙ୍କୁ ପର୍ଯ୍ୟଟନ ବିଭାଗରୁ ହଟାଇ ଆଇଟି ଓ ଅକ୍ଷୟ ଶକ୍ତି ବିଭାଗ ଦେଇଛନ୍ତି।
ପୂର୍ବରୁ ବନ ବିଭାଗର ଦାୟିତ୍ୱରେ ଥିବା ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଏବେ ଶିଳ୍ପ ପୁନରୁଦ୍ଧାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଅଛି। ପଞ୍ଚାୟତ ବିଭାଗର ପ୍ରଦୀପ ମଜୁମଦାରଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ଭାବରେ ଶଶି ପାଞ୍ଜା, ଅରୂପ ରାୟ, ମହମ୍ମଦ ଗୁଲାମ ରବ୍ବାନୀ, ଇନ୍ଦ୍ରାନୀଲ ସେନଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦିଆଯାଇଛି।
ଆହୁରି ପଢ଼ନ୍ତୁ:- ଆସୁଛି ଗଣେଶ ଚତୁର୍ଥୀ ହେବାକୁ ଯାଉଛି ଗ୍ରହ ଚାଳନାରେ ପରିବର୍ତ୍ତନ, ବଦଳିବ ଆପଣଙ୍କ ରାଶିର ଭାଗ୍ୟ