ଦେଖନ୍ତୁ ଭିଡ଼ିଓ: ପୁଣିଥରେ ଲୋକଙ୍କ ଟାର୍ଗେଟରେ 5T ସଚିବ, ହୋସ୍ ଉଡାଇଦେବ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ

 
Helicopter

ବିରୋଧୀ ଟାର୍ଗେଟରେ 5T ସଚିବ ଭି.କେ ପାଣ୍ଡିଆନ୍। ପ୍ରଥମେ ବିଭିନ୍ନ ସଭା ସମିତିରେ ଯୋଗ ଦେବାକୁ ନେଇ ଆଙ୍ଗୁଠି ଉଠୁଥିବା ବେଳେ ଏବେ ତାଙ୍କର ହେଲିକପ୍ଟର ଗସ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଚିବଙ୍କର ହେଲିକପ୍ଟର ଯାତ୍ରା ଗୁଡିକ ପାଇଁ ସରକାରୀ ପାଣ୍ଠିରୁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Pandian

ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାଇ ଜାନୁଆରୀରୁ-ଜୁନ ମାସ ମଧ୍ୟରେ ହେଲିକପ୍ଟର ବାବଦରେ ସରକାର ୫୦୦ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ଉଧାହରଣ ସ୍ୱରୂପ ମେ’୧୪ରେ 5T ସଚିବ ଭୁବନେଶ୍ୱରରୁ ଅନୁଗୁଳ ଯାଇଥିଲେ।

ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା କୁହାଯାଇଥିଲେ ହେଁ ପ୍ରକୃତରେ ପାଣ୍ଡିଆନ୍ ସେଦିନ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ ବୋଲି କୁହାଯାଉଛି।

ସେହିପରି ଭାବରେ ଜୁନ୍ ୨୮ରେ ଫାଇଭ-ଟି ସଚିବ ତାଳଚେର ଯାଇଥିଲେ ତାହା ପୁଣି ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗ ଦେବାପାଇଁ। ବିଜେପି ନେତା ଅନୀଲ ବିଶ୍ୱାଳ ଗଣମାଧ୍ୟମ ଆଗରେ ବିବୃତ୍ତି ଦେଇ ଏଭଳି ଅଭିଯୋଗ କରିଛନ୍ତି। ସରକାରୀ ଅର୍ଥର ଅପବ୍ୟବହାର କରିବା କେତେଦୂର ଠିକ୍ ଏଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ:- ଓଡ଼ିଶାରେ ଅଛି ଏପରି ଗାଁ ଯେଉଁଠି ଝିଅକୁ ବାହା ହେବାକୁ ଅମଙ୍ଗ ହେଉଛନ୍ତି ପୁଅ, କାରଣ ଜାଣି ହେବେ ତାଜୁବ୍