ଓଡ଼ିଶାରେ ଅଛି ଏପରି ଗାଁ ଯେଉଁଠି ଝିଅକୁ ବାହା ହେବାକୁ ଅମଙ୍ଗ ହେଉଛନ୍ତି ପୁଅ, କାରଣ ଜାଣି ହେବେ ତାଜୁବ୍

 
Kanya bara

ଦେଶ ସ୍ଵାଧୀନତା କୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଯିବି ଲୋକେ ସଂଘର୍ଷ କରୁଛନ୍ତି ନିଜର ଆବଶ୍ୟକତା ପୂରଣ ପାଇଁ। ଦିନ ଥିଲା ଖାଦ୍ୟ, ପୋଷାକ ଓ ବାସଗୃହ ବାସ୍ ଏତିକିରେ ଲୋକଙ୍କର କାମ ଚଳି ଯାଉଥିଲା। ହେଲେ ଦୁନିଆ ଏବେ ଦ୍ରୁତ ଗତିରେ ଆଗଉଛି। ଆମେ ଆଜି ଆସି ଚନ୍ଦ୍ରରେ ପହଞ୍ଚିଲେଣି । ସବୁଆଡେ ବିକାଶ ନାମର ଡେଙ୍ଗୁର ପିଟା ହେଉଥିବା ବେଳେ ଆଜିବି ଅନେକ ଲୋକଙ୍କ ପାଖରେ ନାହିଁ ପିଇବା ପାଇଁ ଭଲ ପାଣି କି ରହିବା ପାଇଁ ଖଣ୍ଡେ ଘର। ବିଦ୍ୟୁତ୍, ପରିବହନ, ଯୋଗାଯୋଗ କଥା ନ ନକହିଲେ ଭଲ।

Girl

କଣ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କଥା ଗୁଡା। ହିଁ ଲାଗିବାବି ସ୍ବଭାବିକ। କାରଣ ଆମ ଭଳି ଆଧୁନିକ ଯୁଗର ଲୋକ ମାନେ ବିନା ବିଦ୍ୟୁତ୍, ପକା ରାସ୍ତା ଓ ସୋସିଆଲ ମିଡ଼ିଆ ବିନା ଜୀବନ ବଞ୍ଚିବା କଥା ଭାବିବା ଅସମ୍ଭବ। ହେଲେ ହଁ ଆଜ୍ଞା ଆଜିବି ଲେକେ ଏଭଳି ଦାରିଦ୍ର୍ୟରେ ଜୀବନ ବିତାଉଛନ୍ତି। ଯୋଗାଯୋଗ ତଥା ଗମନାଗନ ସୁବିଧା ନଥିବାରୁ ନା ତାଙ୍କ ପାଖରେ ପହଞ୍ଚି ପାରୁଛନ୍ତି ନେତା ନା ଜନତା। ବାରମ୍ବାର ତାଙ୍କର ଗୁହାରି ପରେ ମଧ୍ୟ କେହି ଶୁଣୁ ନାହାନ୍ତି ତାଙ୍କ ଗୁହାରି।

ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ସେମାନେ। ଜୀବନଟା ସେପରି ଅଭିଶପ୍ତ ପାଲଟି ଯାଇଛି ସେମାନଙ୍କର। ଦୁଃଖ ଏତିକିରେ ସରି ଯାଇନି ଆଜ୍ଞା ତାଙ୍କ ଗାଁରେ  କିଛି ସୁବିଧା ନଥିବାରୁ ନା ତାଙ୍କ ଗାଁ ରୁ କିଏ ଝିଅ ନେଉଛି ନା ଝିଅ ଦେଉଛି। ଝିଅ ପୁଅ ମାନଙ୍କୁ ବୟସ ହୋଇଯାଇଥିଲେ ମଧ୍ୟ ସେମାନେ ଅବିବାହିତ। ସେ ଗାଁ କୁ ଝିଅ ବହାଦବା କି ନେବା ଦୂରର କଥା। ଖାଲିରେବି ସେ ଗାଁକୁ ଯାଆନ୍ତି ନାହିଁ ଲୋକେ। ଗାଁ ର ଅବସ୍ଥିତ ଘଞ୍ଚ ଜଙ୍ଗଲ ମଧ୍ୟରେ। ଚାରିଆଡେ ଖାଲି ଗଛ ଲତା ପରିପୂର୍ଣ୍ଣ।

Ghh

ଏତେ କଥା ଜାଣିବା ବା ପରେ ଆପଣ ଭାବୁଥିବେ ଏ ଗାଁ ଟି କେଉଁଠାରେ ? ତେବେ ଚାଲନ୍ତୁ ଜାଣିବା ...

ଗାଁ ଟି ଆମରି ଓଡ଼ିଶାରେ। କୋରାପୁଟ ଜିଲ୍ଲାର ପଦଗୁଡ଼ା ଗାଁ । ବିକାଶ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିଛି ଲୋକ ଆଜିବି ଚାଖି ପାରୁନାହାନ୍ତି ଆଧୁନିକତାର ସ୍ବାଦ। ଆଦିବମାନବ ଭଳି ଅତିବାହିତ କରୁଛନ୍ତି ଜୀବନ। ଖାଇବା, ପିନ୍ଧିବା, ରହିବା ଏତିକି ହିଁ ସେମାନେ ଜାଣିଛନ୍ତି ଜୀବନରେ।ଏ ସଭ୍ୟ ଦୁନିଆ ଠାରୁ ବହୁ ଦୂରରେ ଅଲଗା ସେମାନେ ।

ଏ ତାଙ୍କର ଭାଗ୍ୟର ଦୋଷ କି ଆମ ମାନଙ୍କର ଅଣ ଦେଖା କି ସରକାର ର ଅବହେଳା ଏହା ଆପଣ ମାନେ ହିଁ କୁହନ୍ତୁ ?