ଦେଖନ୍ତୁ ଭିଡିଓ: ଗୀତ ବଜାଇ, ହରିବୋଲ ପକାଇ ଗଣେଶଙ୍କୁ ଆଣୁଥିଲେ ଛାତ୍ରଛାତ୍ରୀ, ପୂଜା ଆରମ୍ଭ ପୂର୍ବରୁ ଘଟିଗଲା ବଡ଼ ଦୁଃଖ

 
Ganesh puja

ଗଣେଶ ପୂଜାରେ ଘଟିଯାଇଛି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା। ଗଣେଶ ଭସାଣିରେ ଦୁର୍ଘଟଣା ଘଟିବା ସାଧାରଣତଃ ଦେଖା ଦେଇଥାଏ। ହେଲେ ଏହି ଘଟଣା ଟି ଗଣେଶ ପୂଜା ପୁର୍ବରୁ ହିଁ ଘଟି ସାରିଥିଲା। କଲେଜ ପିଲା ମାନେ ଅତି ଖୁସିରେ ବାଜା ବଜାଇ, ବାଣ ଫୁଟାଇ ଗଣପତିଙ୍କ ମୂର୍ତ୍ତିକୁ ନେଉଥିଲେ ନିଜ କଲେଜ କୁ। ହେଲେ ବାଟରେ ହିଁ ଘଟି ଯାଇଥିଲା ଏପରି ଅଘଟଣ ଯାହା ମର୍ମାହତ କରିଥିଲା ସମସ୍ତଙ୍କୁ।

Puja

ସମୟ ପ୍ରାୟ ୮.୩୦ ମିନିଟ୍। କଟକ ନରାସ ଅଞ୍ଚଳର ଗୋଟିଏ ଘରୋଇ ବିଶ୍ଵବିଦ୍ୟାଳୟର ଛାତ୍ର ମାନେ ମିଶି ପ୍ରସେଶନ କରି କଲେଜ କୁ ପୂଜା ନିମନ୍ତେ ଆଣୁଥିଲେ ଗଣେଶଙ୍କ ମୂର୍ତ୍ତି। ହେଲେ କିଏ ଜାଣିଥିଲା ତାଙ୍କର ଏହି ଖୁସି ଅଳ୍ପ ସମୟରେ ଶୋକରେ ବଦଳି ଯିବ ବୋଲି।
ଟିକିଏ ଅସାବଧାନତା ଯୋଗୁଁ ଏତେ ବଡ ଦୁଃଖର ସାମ୍ନା କରିବାକୁ ପଡ଼ିବ ବୋଲି। ପିଲାମାନେ ମୂର୍ତ୍ତିଟିକୁ ନେଉଥିବା ବେଳେ ଆୟୁଷ ନାମକ ଛାତ୍ର ଏକ ଲମ୍ବା ପତାକାଟିଏ ଧରି ଟ୍ରାକ୍ଟର ଉପରେ ଛିଡ଼ା ହୋଇଥିଲା। ଯାହା ୧୧ kv ର ସଂସ୍ପର୍ଶରେ ଆସିବା ପରେ ଚାର୍ଜ ହୋଇଯାଇଥିଲା ପୁରା ଗାଡ଼ିଟି। ଯେଉଁଥିରେ ଚାରି ଜଣ ଛାତ୍ର ଆହତ ହେବା ସହିତ ଜଣେ ଛାତ୍ର ର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ମୃତ ଛାତ୍ର ଜଣକ ମହାରାଷ୍ଟ୍ରର ଔରଙ୍ଗବାଦ ଜିଲ୍ଲାର ଅଟନ୍ତି। ନାମ ତାଙ୍କର ରୋହନ ଭଗୱନ୍ତ ସାୱେଲ। ତାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦିଆ ଯାଇଛି। ସେମାନେ ଆସିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ ହେବାର ବ୍ୟବସ୍ଥା ରହିଛି।
ଏପଟେ ଗୁରୁତର ଛାତ୍ର ମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଏପରି ଏକ ଘଟଣାରେ ଶୋକ ଖେଳି ଯାଇଛି କଲେଜରେ। ଉକ୍ତ ସ୍ଥାନର ମେୟର ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଦେଖାଶୁଣା ମଧ୍ୟ କରିଛନ୍ତି।