ସୌମ୍ୟଙ୍କୁ ମିଳିଲା ନବୀନଙ୍କ ଭାଇଙ୍କ ସମର୍ଥନ, ପଚାରିଲେ,"ପ୍ରକୃତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଏବଂ..."

ଖଣ୍ଡପଡା ବିଧାୟକ ତଥା ବିଜେଡ଼ି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବିଦା କରି ଦିଆଯାଇଛି। ପ୍ରଥମେ ତାଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିବା ବେଳେ ଏବେ ତାଙ୍କୁ ଦଳରୁ ହିଁ ବିଦା କରାଯାଇଛି। ତେବେ, ଏଥିନେଇ ଲୋକେ ବିଭିନ୍ନ ମତ ରଖିଛନ୍ତି। ଏହାରି ଭିତରେ ନିଜର ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ।
ବିଜୁ ପଟ୍ଟନାୟକଙ୍କ ପୁତୁରା ତଥା ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ ଏହି ମାମଲାରେ ନବୀନଙ୍କୁ ସମାଲୋଚନା କରିଛନ୍ତି। ସୌମ୍ୟଙ୍କୁ ସମର୍ଥନ କରି ସେ କହିଛନ୍ତି ଯେ ଓଡ଼ିଶା ପ୍ରଗତି ପାଇଁ ସୌମ୍ୟଙ୍କର ଅବଦାନ ରହିଛି। ନବୀନ ବାବୁ ତାଙ୍କ ପ୍ରତି ଯାହା କରିଛନ୍ତି ତାହା ଲଜ୍ଜାଜନକ ଅଟେ ବୋଲି କହିଛନ୍ତି ଦିଲ୍ଲୀପ।
ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜଠାରୁ ଅଧିକ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ବିଶ୍ୱାସ କରୁଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଏତେ ମାତ୍ରାରେ କ୍ଷମତା ଦେଇଛନ୍ତି ପ୍ରକୃତରେ ମୁଖ୍ୟମନ୍ତ୍ରୀ କିଏ ସେଥିନେଇ ଓଡ଼ିଶାର ଲୋକେ ଦ୍ଵନ୍ଦରେ ରହିଛନ୍ତି।
ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇ ସାରିଛି। ତଥାପି ନବୀନ ବାବୁଙ୍କର କୌଣସି ଉତ୍ତର ନଥିବା କ୍ଷୋଭର ସହିତ କହିଛନ୍ତି ଦିଲ୍ଲୀପ।
ଆହୁରି ପଢ଼ନ୍ତୁ:- ଆଇସିସି ଆଣିଲା ନୂଆ ନିୟମ, ଏବେ ସବୁ ଛୋଟ ଛକା ମାରୁଥିବା ଖେଳାଳୀ ହେବେ ଆଉଟ୍! ଜାଣନ୍ତୁ ପୁରା ଖବର