ଆଇସିସି ଆଣିଲା ନୂଆ ନିୟମ, ଏବେ ସବୁ ଛୋଟ ଛକା ମାରୁଥିବା ଖେଳାଳୀ ହେବେ ଆଉଟ୍! ଜାଣନ୍ତୁ ପୁରା ଖବର

 
Cricket rules

ଲାଗୁ ହେବ ନୂଆ ନିୟମ। ICC ର ନିର୍ଦ୍ଦେଶ ଅନୁଯାୟୀ BCCI କରିବ ପରିବର୍ତ୍ତନ। ବିଶ୍ଵକପ କୁ କରାଯିବ ଅଧିକ ରୋମାଞ୍ଚକର। ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୁତି। କେବଳ ଖେଳାଳି ନୁହଁନ୍ତି ଫିଲ୍ଡ କୁ ବି ଦିଆଯିବ ବିଶେଷ ଧ୍ୟାନ। ଆଗକୁ ଆସୁଥିବା ସମସ୍ତ ସମସ୍ୟାର ପୂର୍ବରୁ କରାଯିବ ସମାଧାନ।

Bcci icc

୨୦୨୩ ରେ ଏସିଆ ବିଶ୍ଵ କପ୍ ହେବାକୁ ଯାଉଛି ଭାରତରେ। ଯାହାକି ଅକ୍ଟୋବର ଓ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ସମୟରେ ଭାରତରେ ସାଧାରଣତଃ ଶୀତ ଋତୁ ଚାଲିଥାଏ ଯେଉଁଥି ପାଇଁ ଖେଳରେ ବାଧା ସୃଷ୍ଟି କରିପାରେ କୁହୁଡି, କାକର।ତେଣୁକରି ଆଇସିସି ର ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଏ ନେଇ କରାଯିବ ପ୍ଲାନିଙ୍ଗ ଯାହା ଆଗକୁ ସମସ୍ୟା ସୃଷ୍ଟି କରିବ ନାହିଁ। 

କାରଣ ସାଧାରଣତଃ ମ୍ୟାଚ୍ ଗୁଡିକ ରାତିରେ ଖେଳାଯିବ। କୁହୁଡି ହେତୁ ବଲ ଗୁଡ଼ିକ ଓଦା ହୋଇଯାଏ। ବଲ ଓଦା ହେବା ହେତୁ ସ୍ପିନୀଙ୍ଗ କରିବା ସମ୍ଭବ ହେବନି ଏବଂ ବ୍ୟାଟିଂ ଗୁଡ଼ିକ ସହଜ ହୋଇଯିବ। ତେଣୁକରି ଆଇସିସି, BCCI କୁ ଗ୍ରାଉଣ୍ଡ ର ବାଉଣ୍ଡ୍ରି କୁ ୭୦ମିଟର ପ୍ରଜନ୍ତ ବଢ଼ାଇବା ସହିତ ଫିଲ୍ଡ ରେ ସାମାନ୍ୟ ଘାସ ରହିବାକୁ ନିର୍ଦ୍ଦେଶ ଦେଇଛି ଏହା ସହିତ ବିଶ୍ଵକପ ପ୍ରାୟ ୧୦ ଟି ଭେନୁ ରେ ଖେଳା ଯିବାର ରହିଛି ବ୍ୟବସ୍ଥା। 

World Cup

ଅହମଦାବାଦ, ବେଙ୍ଗାଳୁର, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କଲିକତା, ଲକ୍ଷ୍ନୌ, ମୁମ୍ବାଇ, ଓ ପୁନେରେ ଖେଳାଯିବ ବିଶ୍ଵକପ। ଲିଗ୍ ମ୍ୟାଚ୍ ଓ ଆଉଟ୍ ମ୍ୟାଚ୍ କୁ ମିଶାଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବାର ରହିଛି ବ୍ୟବସ୍ଥା। ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଖେଳାଯିବ ବିଶ୍ଵକପ ଫାଇନାଲ ମ୍ୟାଚ।