ବିଜେଡିରୁ ଟିକେଟ୍ ନ ମିଳିବା ପରେ ହାତ ଦଳରେ ବିଷଧର ବିଜୟ, ଟଙ୍କା ପାଇଁ କୋଳାଇ ନେଇଛି କଂଗ୍ରେସ

 
biajay

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ପଦରେ ରହିଥିବା ବେଳେ ବିଜୟ ବେସ୍ ଚର୍ଚ୍ଚାର ପାତ୍ର ପାଲଟିଥିଲେ। ଭଲ କାମ ପାଇଁ ନୁହେଁ ବରଂ ତାଙ୍କ ଠାରୁ ତାଙ୍କ ଦ୍ୱାରା କରାଯାଇଥିବା ଘୋଟାଲା ବେସ୍ ଚର୍ଚ୍ଚାରେ ରହିଥିଲା। ଖାସ୍ କରି ବେଦାନ୍ତ ପାଇଁ ଜମି ଅଧିଗ୍ରହଣ ବିଜୟଙ୍କ ଇସାରାରେ ହିଁ ହେଉଥିବା କୁହାଯାଏ।

Bijay

ବିଜୟ କିପରି ୩୦ ମାସ ମଧ୍ୟରେ ୩୦ କୋଟି ଟଙ୍କାର ମାଲିକ ହୋଇପାରିବେ ତାହାର ସମସ୍ତ ପ୍ଲଟ ପ୍ରସ୍ତୁତ କରି ସାରିଥିଲେ। କେବଳ ଧନ କୁବେର ହେବାର ଆଶା ନୁହେଁ ବରଂ ବିଜୟଙ୍କର ଜଣେ ରାଜନେତା ହେବାର ଆସକ୍ତି ମଧ୍ୟ ରହିଥିଲା। ଯେଉଁଥିପାଇଁ ସେ ବିଜେଡିରୁ ବିଧାନସେବା କୁ ଟିକଟ ଚାହୁଁଥିଲେ।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଏପରିକି ସେତେବେଳେ ନିଜର ପ୍ରଶାସନିକ ବଳ ଲଗାଇ ଆଗକୁ ବିଜେଡି ପକ୍ଷରୁ ସେ ନିର୍ବାଚନ ଲଢ଼ିବାକୁ ଯାଉଥିବା ନେଇ ମିଛ ପ୍ରଚାର ଆରମ୍ଭ କରି ଦେଇଥିଲେ ବିଜୟ। କିନ୍ତୁ, ବେଦାନ୍ତ କେଳାଙ୍କାରୀ ସାମ୍ନାକୁ ଆସିବା ପରେ ବିଜେଡ଼ି ପକ୍ଷରୁ ତାଙ୍କୁ  ଟିକେଟ ଦେବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

Congress

ଯାହାପରେ ବିଜୟ ବିଜେଡି ଛାଡ଼ି ବିଜେପି ଆଡକୁ ମୁହାଁଇଥିଲେ। କାଳେ ସେଠି ତାଙ୍କୁ ଟିକଟ୍ ମିଳିଯିବ, ସେ ରାଜନେତା ହୋଇଯିବେ। କିନ୍ତୁ, ବିଜୟଙ୍କର ପୂର୍ବ ରେକର୍ଡ଼କୁ ଲକ୍ଷ୍ୟ ରଖି ବିଜେପି ନିଜ ଭାବମୂର୍ତ୍ତିକୁ ଜଗିବା ସହିତ ତାଙ୍କୁ ପାଖରେ ପୁରାଇଲାନାହିଁ। ଏବେ କିନ୍ତୁ, ଓଡ଼ିଶାରେ ବୁଡି ଯାଉଥିବା କଂଗ୍ରେସର ହାତ ଧରିଛନ୍ତି ବିଜୟ।

ଗୋଟିଏ ପଟେ ଓଡ଼ିଶା କଂଗ୍ରେସର ଅବସ୍ଥା କିଛି ଠିକ୍ ନଥିବା ବେଳେ ବିଜୟଙ୍କୁ ସେଠାରେ ସୁଯୋଗ ମିଳିଛି। କିନ୍ତୁ, ନିଜ ନାଁରେ ରାଜନେତା ଟ୍ୟାଗ ଲଗାଇବା ପାଇଁ ବିଜୟଙ୍କୁ କେନ୍ଦ୍ରରେ କୁଆଡେ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଥିବା କୁହାଯାଉଛି। ତେବେ, ହାତ ଦଳରେ ବର୍ତ୍ତମାନ ସେମିତି କୌଣସି ନେତା ନଥିବା ବେଳେ ଦଳର ହର୍ତା କର୍ତ୍ତା ଦଇବ ବିଧାତା ଭାବି ନେଇଛନ୍ତି ବିଜୟ। ମିଡିଆ ସାମ୍ନାରେ ଶାସକ ବିଜେଡି ଦଳକୁ ନେଇ ବିଷ ମଧ୍ୟ ଓଗାଳୁଥିବା ସ୍ପଷ୍ଟ ଭବାରେ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ:- “ଆଶା ନଥିଲା ସେମାନେ ମୋ ସହ...” ଆନିମଲ୍ ଫିଲ୍ମରେ ରେପ୍ ସିନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମାନସୀ