“ଆଶା ନଥିଲା ସେମାନେ ମୋ ସହ...” ଆନିମଲ୍ ଫିଲ୍ମରେ ରେପ୍ ସିନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମାନସୀ

 
Actress mansi

“ଆନିମଲ୍” ର ରେପ୍ ସିନ୍ କୁ ନେଇ ଏପରି କିଛି କହିଲେ ମାନସୀ । ବର୍ତ୍ତମାନ ସିନେ ଜଗତରେ ଏକ ଦମ୍ ଦାର୍ ଫିଲ୍ମ ଭାବେ ଦେଖିବାକୁ ମିଳିଛି ଆନିମଲ୍ । ଯେଉଁଥିରେ ନାୟକ ଭାବେ ରଣବିର୍ କପୁର୍ ଓ ଖଳ ନାୟକ ଭାବେ ବବି ଦେୱାଲଙ୍କୁ ଦେଖିବାକୁ ମିଳିଛି । ରାତା ରାତି ସୁପର୍ ହିଟ୍ ହୋଇଥିବା ଫିଲ୍ମରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ରହିଛି ।

Animal movie

ଆନିମଲ୍ ଫିଲ୍ମ ରେ ଲୋକ ହିରୋ ସହିତ ଭିଲିୟାନ ରୋଲ୍ କୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ବବି ଦେୱାଲଙ୍କର ମଧ୍ୟ ସେଥିରେ ଅନେକ ଗୁଡ଼ିଏ ଦମ୍ ଦାର୍ ସିନ ରହିଛି । ଏହି ସିନ୍ ଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଏହି ଫିଲ୍ମ ।

ଏହି ଫିଲ୍ମରେ ବବି ଦେଓଲ ଅବରାର୍ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ। ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି। ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍‌କୁ ନେଇ ଖୁଲାସା କରିଛନ୍ତି। ମାନସୀ ତାଙ୍କ ବିବାହ ଦିନର ସିନ୍ ବିଷୟରେ କହିଛନ୍ତି।

ମାନସୀ କହିଛନ୍ତି “ମୋ ବିବାହରେ ଏପରି ଘଟଣା ଘଟିବ ମୁଁ କେବେ ବି ଚାହୁଁ ନାହିଁ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା । ବିବାହ ଏପରି ଶେଷ ହେବ ବୋଲି କେହି ଆଶା କରି ନ ଥିଲେ । ଏହି ସିନ୍ ରେ ବବି ତଥା ଅବରାର୍ ଙ୍କୁ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ମିଳୁଛି । ଯାହା ପରେ ସେ କଣ କରିବେ କିଛି ଭାବି ପାରୁ ନାହାଁନ୍ତି ”। 

Mansi Taxak

ବବି ଦେଓଲ ପାଗଳ ହୋଇ ବିବାହ ଷ୍ଟେଜ୍‌ରେ ହିଁ ନିଜ ପତ୍ନୀଙ୍କୁ ବଳାତ୍କାର କରିବା ଆରମ୍ଭ କରିଦିଅନ୍ତି। ମାନସୀ ଏହି ରେପ୍ ସିନ୍‌କୁ ନେଇ କୁହନ୍ତି ଯେ, 'ଅବରାରଙ୍କୁ ଆଶା ନଥିଲା ଯେ ନିଜ ବିବାହରେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ଆସିବ। ଏହି ଖରାପ ଖବର ଚରିତ୍ରକୁ ଏପରି ଏକ ସ୍ଥିତିକୁ ନେଇଯାଉଛି ଯେଉଁଠାରେ ସେ କିଛି ବି ଭାବିପାରୁ ନାହାନ୍ତି। ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ନିଜର ଭାବନା ପ୍ରକାଶ କରିବାକୁ ଆସନ୍ତି, ସେ ସେହି ସ୍ଥିତିକୁ ଚାଲିଯାଆନ୍ତି। ମତେ ଲାଗୁ ନାହିଁ ଯେ ଏହାର ଉଦ୍ଦେଶ୍ୟ କୌଣସି ପ୍ରକାର ଆକ୍ରମଣତ୍ମକ ଥିଲା। ମୁଁ ଏଭଳି ସେଟ୍ କିମ୍ବା ସ୍କ୍ରିପ୍ଟରେ ଅନୁଭବ କରି ନାହିଁ।"