ବାର ଦୁଆର ଶୁଣ୍ଢିପିଣ୍ଢା ବୈଜୟନ୍ତ ପଣ୍ଡା, ଟିକେଟ୍ ପାଇଁ ମନମୋହନଙ୍କ ସହିତ ବଢୁଛି ଘନିଷ୍ଠତା

 
Baijayant

ଓଡ଼ିଶା ରାଜନୀତିର ଏକଦା ଟାଣୁଆ ନେତା କୁହାଯାଉଥିବା ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା ବର୍ତ୍ତମାନ ସମୟରେ କହିଲେ ନ ସରେ। ବିଜେଡି ଛାଡ଼ିବା ପରେ ବିଜେପିରେ ସେ ଯୋଗ ଦେଇଥିଲେ। କିନ୍ତୁ, ଏହି ପୁରୁଖା ନେତାଙ୍କୁ ସେଠାରେ ମଧ୍ୟ କେହି ପଚାରୁନଥିବା ଶୁଣିବାକୁ ମିଳୁଛି। ବୈଜୟନ୍ତ ଏଥିପାଇଁ ବାର ଦୁଆର ଶୁଣ୍ଢିପିଣ୍ଢା ହେଉଥିବା କୁହାଯାଉଛି।

Baijayant

ରାଜ୍ୟ ବିଜେପିରେ ବୈଜୟନ୍ତଙ୍କର କୌଣସି ପ୍ରଭାବ ନାହିଁ। ଆଗକୁ ନିର୍ବାଚନ ଥିବା ବେଳେ ଏପରି ପରିସ୍ଥିତିରେ ଅଙ୍କକଷା ଆରମ୍ଭ କରିଛନ୍ତି ବୈଜୟନ୍ତ। ଏବେ କୁଆଡେ ହେଲିକପ୍ଟର ପଣ୍ଡାଙ୍କୁ ଓଡିଶା ଠାରୁ ଅଧିକ ଦିଲ୍ଲୀ ଏବଂ ଆସାମରେ ଦେଖିବାକୁ ମିଳିଥିଲା। ଯେନେତେନେ ପ୍ରକାରଣେ ରାଜ୍ୟ ସଭା ସିଟ୍ ଖଣ୍ଡେ ହାତେଇବା ପାଇଁ ଅପ୍ରାଣ ଉଦ୍ୟମ କରିଥିଲେ ପଣ୍ଡା ବାବୁ।

Baijayant

କିନ୍ତୁ, କେନ୍ଦ୍ର ବିଜେପିରେ ମଧ୍ୟ ବଡ଼ ବଡ଼ ନେତାଙ୍କ ସେ ପ୍ରିୟଭାଜନ ହୋଇପାରିନଥିବା କୁହାଯାଉଛି। ରାଜ୍ୟ ବିଜେପି ପରି ସେଠାରେ ମଧ୍ୟ ବୈଜୟନ୍ତଙ୍କୁ କେହି ବିଶ୍ୱାସ କରି ପାରୁନାହାଁନ୍ତି। କାରଣ ମଧ୍ୟ ସେହି ଗୋଟିଏ, କହିବାକୁ ଗଲେ ତାଙ୍କ ଉପରେ ଯେଉଁ ବେଇମାନି ଟ୍ୟାଗ୍ ଲାଗିଛି ସେଇଟା କେନ୍ଦ୍ର ନେତାଙ୍କ କାନରେ ମଧ୍ୟ ପଡ଼ି ସାରିଛି।

Samal

ଏପରି ପରିସ୍ଥିତିରେ ବୈଜୟନ୍ତ ପୁଣିଥରେ ଓଡିଶା ମୁହାଁ ହୋଇଥିବା କୁହାଯାଉଛି। ଏଥର କିନ୍ତୁ ଅନ୍ୟ କେହି ନୁହେଁ ବରଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଘନିଷ୍ଠତା ବଢ଼ିବାକୁ ଚେଷ୍ଟା କରିଛନ୍ତି ବୈଜୟନ୍ତ। କେମିତି ଏକ ଭଲ ଆସନରୁ ତାଙ୍କୁ ଟିକେଟ୍ ଖଣ୍ଡେ ମିଳିଯିବ ସେଥିନେଇ ବୈଜୟନ୍ତ ପ୍ରୟାସ ଜାରି ରଖିଛନ୍ତି।

ଅବଶ୍ୟ ସଭାପତି ହୋଇଥିଲେ ହେଁ ମନମୋହନଙ୍କ ସହିତ କେହି ଘନିଷ୍ଠତା ବଢ଼ିବାକୁ ଚାହାଁନ୍ତି ନାହିଁ। ଏପଟେ ବୈଜୟନ୍ତ ଖୋଦ ନିଜ ଆଡୁ ଆସିଥିବା ହେତୁ ମନମୋହନଙ୍କୁ ମଧ୍ୟ ଏହା ସୁହାଉଛି। ଅନ୍ୟପକ୍ଷରେ ଯଦି ବୈଜୟନ୍ତ ଘନିଷ୍ଠ ହୁଅନ୍ତି ତେବେ ନିର୍ବାଚନ ପାଇଁ ଫଣ୍ଡିଙ୍ଗର କୌଣସି ଅଭାବ ହେବନାହିଁ ଏବଂ ମାଗଣା ମିଡିଆ ମାଇଲେଜ୍ ମିଳିଯିବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ:- ବୟଫ୍ରେଣ୍ଡକୁ ବିଷ ଦେଇ ମାରିଥିବା ଯୁବତୀଙ୍କୁ ଗୁଳିକରି ମାରିବା ପରେ ଶବ ସହ ଏମିତି କାଣ୍ଡ କଲେ ଅଭିଯୁକ୍ତ, ଜାଣନ୍ତୁ ପୁରା ଘଟଣା