ସୌମ୍ୟ ପଟ୍ଟନାୟକ ଙ୍କୁ ଉପସଭାପତି ପଦରୁ ବିଦା କଲା ବିଜେଡି, ଏପଟେ ଏମିତି କହି କଟା ଘା'ରେ ଚୂନ ଦେଲେ ବବି

ଆକ୍ସନ ମୋଡ଼କୁ ଆସିଲା ବିଜେଡ଼ି। ନିଜ ଆଲେଖ୍ୟ ମାଧ୍ୟମରେ ବାରମ୍ବାର ଦଳକୁ ଟାର୍ଗେଟ କରୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦେଇଛି ବିଜେଡି। ସୌମ୍ୟଙ୍କ କଟା ଘାରେ ଚୂନ ଲଗାଇଲା ଭଳି କାମ କରିଛି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ ଦେଇଥିବା ଏକ ପ୍ରତିକ୍ରିୟା।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି’। ବବିଙ୍କର ଏହି ମତ ସୌମ୍ୟଙ୍କୁ ନେଇ କହିଥିବା ଅନୁମାନ କରାଯାଉଅଛି।
କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ , ସେଠାରେ ଈଶ୍ଵର ମଧ୍ୟ ସହାୟତା କରନ୍ତି ନାହିଁ। ଜୟ ଜଗନ୍ନାଥ 🙏 pic.twitter.com/7DehXaNLtJ
— Pranab Prakash Das (@pranabpdas) September 12, 2023
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେଡ଼ି ଦଳରେ ଥାଇ ମଧ୍ୟ ସୌମ୍ୟ ଦୀର୍ଘଦିନ ହେବ ଦଳ ଏବଂ ଏହାର ଶାସନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି।
ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଦିନରେ ମତ ବଦଳନ୍ତି ବୋଲି ମଧ୍ୟ ସୌମ୍ୟ କହିସାରିଛନ୍ତି। ତେଣୁ, ତାଙ୍କୁ ନେଇ ଦୀର୍ଘଦିନ ହେବ ଦଳ ମଧ୍ୟରେ ବିରୋଧ ହୋଇ ଆସୁଥିଲା ଯାହାର ପରିଣାମ ସ୍ୱରୂପ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବିଦା କରାଯାଇଅଛି।
ଆହୁରି ପଢ଼ନ୍ତୁ:- ପୁଣି ହିନ୍ଦୁ ବିରୋଧୀ ମମତା ଦେଲେ ଅଜବ ବୟାନ, କହିଲେ "ଦେଶର ନାଁ 'ଭାରତ' ରଖ କିନ୍ତୁ..."