ଦେଖନ୍ତୁ ଭିଡ଼ିଓ: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଭବ କଲେ ଟାର୍ଗେଟ, କହିଲେ, "ସେ ଜଣେ ଅଭ୍ୟାସଗତ ମିଛୁଆ ଏବଂ…."

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡ଼ିରେ ଥାଇ ମଧ୍ୟ ବିଜେଡ଼ି ବିରୁଦ୍ଧରେ ପ୍ରଚାର କରୁଥିବା ନେଇ ହେଉଛି ଅଭିଯୋଗ। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସୌମ୍ୟ ନିଜ ଖବରକାଗଜକୁ ବ୍ୟବହାର କରନ୍ତି ଏବଂ ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଅନୁଭବ ପଟ୍ଟନାୟକ।
ମନ୍ତ୍ରୀପଦ ପାଇନଥିବା ହେତୁ ସୌମ୍ୟ ପଟ୍ଟନାୟକଙ୍କର ପେଟରେ ପେଟେ ରାଗ ଥିବା କୁହାଯାଉଛି। ତେବେ, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ସେ ଖଣ୍ଡପଡା ବିଧାୟକ ହୋଇଥିଲେ ହେଁ, ଏହାପରଠାରୁ ଜିଲ୍ଲାରେ ତାଙ୍କର ଦେଖା ଦର୍ଶନ ମିଳୁନଥିବା କହିଛନ୍ତି ଅନୁଭବ। କୋଭିଡ ସଙ୍କଟ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ତାଙ୍କର ଦେଖା ମିଳିନଥିଲା।
କେବଳ ସେତିକି ନୁହେଁ ନିଜ ଖବରକାଗଜ ଦ୍ୱାରା ପ୍ରଦୀପ ପାଣିଗ୍ରାହୀ ଭଳି ଜଣେ ଅପରାଧୀର ପ୍ରମୋସନ କରୁଥିବା ନେଇ ଅଭିଯୋଗ କରିଛନ୍ତି ଅନୁଭବ ପଟ୍ଟନାୟକ।
ଏହି ସବୁ ଅଭିଯୋଗ ପରେ ସୌମ୍ୟଙ୍କର ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସତସାହସ ଥିଲେ ବିଧାୟକ ପଦରୁ ଇସ୍ତଫା ଦେବାକୁ ସୌମ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ।
ଆହୁରି ପଢ଼ନ୍ତୁ:- ଜଳଖିଆରେ ଏହି ୫ଟି ଖାଦ୍ୟର ସେବନ କର୍କଟ ରୋଗର କାରଣ, ଏବେଠୁ ଖାଇବା ଛାଡ଼ନ୍ତୁ ନହେଲେ ହେଇଯିବ ଡେରି