ଜଳଖିଆରେ ଏହି ୫ଟି ଖାଦ୍ୟର ସେବନ କର୍କଟ ରୋଗର କାରଣ, ଏବେଠୁ ଖାଇବା ଛାଡ଼ନ୍ତୁ ନହେଲେ ହେଇଯିବ ଡେରି

 
Breakfast food

ଖାଦ୍ୟ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ଯାହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥାଏ ଆମ ଶରୀରକୁ। ବେଳେ ବେଳେ ଖାଦ୍ୟ ପାଇଁ ଆମେ ବିଶେଷ ଯତ୍ନବାନ ନ ଥାଏ।ଖାଇବା ପୁର୍ବରୁ ଆମେ ଏହି କଥା ଆଦୌ ଭାବି ନ ଥାଉ ଏହାକୁ ଖାଇବା ଦ୍ୱାରା ଆମର ଲାଭ ହେବ କି କ୍ଷତି।ଆମେ ସାଧାରଣତଃ ଆମ ଜିଭକୁ ସ୍ଵାଦିଷ୍ଟ ଲାଗିବା ଭଳି ଖାଦ୍ୟର ଚୟନ କରିଥାଏ। ଯାହା ପରବର୍ତ୍ତୀ ସମୟରେ ଆମ ରୋଗର କାରଣ ପାଲଟି ଥାଏ।

Cancer

ଆଜି ଆମେ ଖାଦ୍ୟ ସହ ଜଡିତ କର୍କଟ ରୋଗ ବିଷୟରେ ଜାଣିବା।କାରଣ ଭାରତରେ ଏହା ବେଶ୍ ପରିଚିତ ରୋଗଟିଏ, ପ୍ରତି ବର୍ଷ ଅନେକ ଲୋଗ ଏହି ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ କର୍କଟ ରୋଗର ମୁଖ୍ୟ କାରଣ ଗୁଡ଼ିକୁ ଜାଣିଲେ ଆମେ ହୁଏ ତ ଏହା ଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିବା। ରିସର୍ଚ୍ଚ ଅନୁସାରେ  ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ବଂଶଜନିତ ହୋଇଥିବା ବେଳେ୩୦ ରୁ ୩୫ ପ୍ରତିଶତ କର୍କଟ ରୋଗ ଖରାପ ଖାଦ୍ୟ ଖାଇବା ଦ୍ୱାରା ଏବଂ ଆମ ଦୈନନ୍ଦିନ ଜୀବନଶୈଳୀ କାରଣରୁ ହୋଇଥାଏ।

ସାଧାରଣତଃ କୁହାଯାଏ ସକାଳର ଜଳଖିଆ ଆମ ଉପରେ ବିଶେଷ ପ୍ରଭାବ ପକାଇଥାଏ ଏବଂ ଏହା କର୍କଟ ର ମଧ୍ୟ କାରଣ ପାଲଟି ଥାଏ।ତେଣୁ ସକାଳର ଜଳଖିଆର ଚୟନ ପୋଷଣ ଯୁକ୍ତ ହେବା ଆବଶ୍ୟକ ନା କି ଜିଭର ସ୍ବାଦ ଅନୁସାରେ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ର ସେବନ ଦ୍ଵାରା ଆମେ ଭବିଷ୍ୟତରେ କର୍କଟ ରୋଗ ର ଶୀକାର ହେବାର ସମ୍ଭାବନା ରହିଛି।

v

୧ - ନିୟମିତ ଚା ସହିତ ବିସ୍କୁଟ ସେବନ କରୁଥିଲେ:

ଏହା ଦ୍ବାରା କର୍କଟ ରୋଗର ସମ୍ଭାବନା ବଢିପାରେ।ଏହା ଛଡ଼ା ଚା ସହିତ କୌଣସି ବିସ୍କୁଟ ସେବନ କରିବା ଅନୁଚିତ୍।

୨ - ନିୟମିତ ପାଉଁରୁଟି ସେବନ:

ନିୟମିତ ପାଉଁରୁଟି ସେବନ ଦ୍ୱାରା ଶରୀରରେ ରୋଗ ବଢିପାରେ। ଏହା କର୍କଟ ରୋଗର ମଧ୍ୟ ଏକ ମୁଖ୍ୟ କାରଣ ଅଟେ।ଯେ କୌଣସି ପାଉଁରୁଟିରୁ ତିଆରି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ।

୩ - ପପକର୍ନ ର ସେବନ:

ମାସକୁ ଥରେ କିମ୍ୱା ଦୁଇ ଥର ପପକର୍ନ ଖାଇ ପାରିବେ,ହେଲେ ଘରେ ପ୍ରସ୍ତୁତ କରି ।କିନ୍ତୁ ବଜାରରେ ବିକ୍ରି ହେଉଥିବା ପପକର୍ନ ଶରୀର ପାଇଁ କ୍ଷତିକାରକ ଅଟେ।

- ଚିପ୍ସର ସେବନ:

ଚିପ୍ସ ଗୁଡ଼ିକରେ ଫ୍ୟାଟ ଏସିଡ ରହିଥାଏ ଏବଂ ଏହା ନିଦା ରହିବା ପାଇଁ ଏଥିରେ ଅନେକ କେମିକାଲ ବ୍ୟବହାର କରାଯାଏ। ଯାହା ଶରୀରରେ ରୋଗ ସୃଷ୍ଟି କରିଥାଏ।ତେଣୁ ଯେତେ ସମ୍ଭବ ଏହାର ପରିତ୍ୟାଗ କରନ୍ତୁ।

୫ - ଫାଷ୍ଟ ଫୁଡ୍:

ବର୍ତ୍ତମାନର ଏହା ଏକ ଅତି ଆକର୍ଷଣୀୟ ଖାଦ୍ୟ ଅଟେ ଆମ ପାଇଁ। ଛୋଟ ଠାରୁ ବଡ ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ଏହାର କୁ ପ୍ରଭାବ ଆମ ଶରୀର ଉପରେ କେତେ ଯେ ରହିଛି ତାହା ଆମେ ସ୍ୱପ୍ନରେ ବି ଭାବି ନ ଥାଏ। ଏପରି ଖାଦ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ, ତେଣୁ ଯଥା ଶୀଘ୍ର ସମ୍ଭବ ଏପରି ଖାଦ୍ୟର ପରିତ୍ୟାଗ କରନ୍ତୁ।