ପୁଣି ମହିଳାଙ୍କୁ ଦୀପାବଳି ଭେଟି, ଏଣିକି ପ୍ରତି ମାସରେ ମହିଳାଙ୍କୁ ମିଳିବ ୨୧୦୦ ଟଙ୍କା, ଜାଣନ୍ତୁ ନୂଆ ଯୋଜନା ବିଷୟରେ
ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏବେ ଆଉ ଏକ ବଡ ଘୋଷଣା କରାଯାଇଛି। ତେବେ ଆଗକୁ ଆସୁଛି ଦୀପାବଳି, ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ ନେଇ ମାସକୁ ମାସ ମହିଳାମାନେ ୨୧୦୦ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି।
ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ଏହି ଟଙ୍କା ମିଳିବ। ଆଉ ସବୁ ହିତାଧିକାରୀ ଏଥରୁ ଲାଭ ଉଠାଇପାରିବେ। ଲାଡୋ ଲକ୍ଷ୍ମୀ ଯୋଜନା ହେଉଛି ହରିୟାଣା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯେଉଁଥିରେ ରାଜ୍ୟର ଦାରିଦ୍ର ସୀମାରେଖା ତଳେ ରହୁଥିବା ମହିଳା ଓ ବାଳିକାମାନଙ୍କୁ ୨୧୦୦୦ ଟଙ୍କା ଦିଆଯିବ। ଯାହା ଦ୍ବାରା ସେହି ଅର୍ଥରେ ମହିଳା ଏବଂ ଝିଅମାନେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମସ୍ତ କାର୍ଯ୍ୟ କରିପାରିବେ।
ଅନ୍ୟ ପ୍ରକାରର ଆବଶ୍ୟକତା ପୂରଣ ମଧ୍ୟ କରିପାରିବେ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସେମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବା। ଏହି ଯୋଜନାରେ ଲାଭ ପାଇବା ପାଇଁ ମହିଳାଙ୍କୁ କେତେକ ଆବଶ୍ୟକ ଡକ୍ୟୁମେଣ୍ଟ ସମେତ କେତେକ ସର୍ତ୍ତକୁ ପାଳନ କରିବାକୁ ହେବ । ଲାଡୋ ଲକ୍ଷ୍ମୀ ଯୋଜନାରେ ଆବେଦନ କରିବାକୁ ହେଲେ ଜଣେ ମହିଳାଙ୍କ ବୟସ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ।
ବ୍ୟାଙ୍କ ଆକାଉଣ୍ଟ, ପରିଚୟ ପତ୍ର, ଆଧାରକାର୍ଡ, ଇ-ମେଲ ଆଇଡି ଭଳି ଜରୁରୀ ପ୍ରମାଣପତ୍ରକୁ ଆବେଦନବେଳେ ପ୍ରସ୍ତୁତ ରଖିବେ। ଲାଡୋ ଲକ୍ଷ୍ମୀ ଯୋଜନା ଓ୍ବେବସାଇଟ୍କୁ ଯାଇ ଏଥିରେ ଆବେଦନ କରିପାରିବେ। ଯୋଗ୍ୟ ହିତାଧୀକାରୀଙ୍କୁ ଏହା ମାଧ୍ୟମରେ ପ୍ରତିମାସକୁ ଆର୍ଥିକ ସହାୟତା ମିଳିବ। ଏହି ଯୋଜନା କେବଳ ହରିୟାଣାର ମହିଳାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି । ଯାହାଦ୍ୱାରା କୋଟି କୋଟି ବହିଳା ଉପକୃତ ହେବେ ।