ବଜେଟ୍ ୨୦୨୩: ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, ବ୍ୟାଙ୍କ ଖାତାକୁ ଆସିବ ୨ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ପାଇବେ

 
2 lakh

ମୋଦି ସରକାରଙ୍କ ଦ୍ଵିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ସହିତ ସେ ମହିଳା ମାନଙ୍କ ହିତ ପାଇଁ ବଡ଼ ଘୋଷଣା କରିଛନ୍ତି। ବଜେଟ ଉପସ୍ଥାପନା ବେଳେ ମହିଳାଙ୍କୁ ସମୃଦ୍ଧ କରିବାକୁ ‘ମହିଳା ସମ୍ମାନ ପତ୍ର’ ଆରମ୍ଭ କରାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନାରେ ମହିଳାମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ।

Finance minister

 ଏହି ଯୋଜନାକୁ ପ୍ରଣୟନ କରିବା ପାଇଁ ବ୍ୟାଙ୍କ ଗୁଡିକର ଆଇନରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ନାଁରେ ୨ ଲକ୍ଷ ଟଙ୍କା ଲେଖାଏଁ ଜମା ରଖାଯିବ। ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା କରାଯିବ ଯାହାଦ୍ୱାରା ମହିଳା ଏବଂ ଛୋଟ ପିଲାମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

Money

ରଖାଯାଇଥିବା ଟଙ୍କାର ସୁଧହାର ୭.୫% ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ହିତାଧିକାରୀମାନେ ସଞ୍ଚୟ କରାଯାଇଥିବା ଟଙ୍କାକୁ ଅଧାରୁ ଉଠାଇବାକୁ ମଧ୍ୟ ସକ୍ଷମ ହୋଇ ପାରିବେ। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯% ରହିଥିବା ଆକଳନ କରାଯାଉଛି। ତେବେ, ବର୍ଷ ୨୦୨୫ ସୁଦ୍ଧା ଏହାକୁ ୪.୯% କୁ ଆଣିବା ପାଇଁ ଆକଳନ କରାଯାଇଛି।