ପ୍ରଥମେ ଶାରୀରିକ ସମ୍ପର୍କ ତାପରେ ଖାଦ୍ୟ, ଭୋକ ବିକଳରେ ସୈନିକଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ ମହିଳା, ଜାଣନ୍ତୁ ପୁରା ଘଟଣା
ଖାଦ୍ୟ ପାଇଁ ମହିଳା ମାନେ ସୈନିକଙ୍କ ସହ ରଖୁଛନ୍ତି ଯୌନ ସମ୍ପର୍କ ! ଆଜ୍ଞା ହଁ । ହୁଏ ତ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ସୁଦାନରେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଆପଣ ତ ଅଳ୍ପ ବହୁତେ ସୁଦାନରେ ହେଉଥିବା ଗୃହ ଯୁଦ୍ଧ ସମ୍ପର୍କରେ ଜାଣିଥିବେ । ୨୦୨୩ରୁ ଏହି ଗୃହଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ଶେଷ ହୋଇ ନାହିଁ ।
ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ କୋଟି କୋଟି ଲୋକ ବିସ୍ଥାପିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖାଦ୍ୟ ସମସ୍ୟା ।
ସୂଚନା ଅନୁସାରେ, ଧୀରେ ଧୀରେ ଖାଦ୍ୟର ପରିମାଣ କମି ଯିବାରୁ ସୁଦାନର ଓମଦୁରମାନ ସହରର ଲୋକେ ଖାଦ୍ୟ ପାଇଁ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ମହିଳା ମାନେ ନିଜ ପରିବାର ପାଇଁ ଖାଦ୍ୟ ସଂଗ୍ରହ କରିବା ପାଇଁ ସେଠାକାର ସୈନିକଙ୍କ ସହ ଯୌନ ସମ୍ପର୍କ ରଖୁଛନ୍ତି ।
ତେବେ ଦ ଗର୍ଜୀୟାନର ଏକ ରିପୋର୍ଟ ଅନୁସାରେ, ଯେଉଁମାନେ ସୈନିକଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନେ ଖାଦ୍ୟ ପଦାର୍ଥ ପାଉଥିବା ବେଳେ ଯେଉଁମାନେ ଏଥି ପାଇଁ ରାଜି ହେଉ ନାହାନ୍ତି ସେମାନେ ସୈନିକଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଛନ୍ତି ।
ଏହି ରିପୋର୍ଟ ଅନୁଯାୟୀ ସେହି ଅଞ୍ଚଳର ଏକ ମହିଳା କହିଛନ୍ତି ତାଙ୍କର ବୃଦ୍ଧ ପିତାମାତା ଏବଂ ୧୮ ବର୍ଷର ଝିଅ ପାଇଁ ଖାଦ୍ୟ ଯୋଗାଡ କରିବା ପାଇଁ ସେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ମଧ୍ୟ କହିଛନ୍ତି ।