ଟଙ୍କାର ଇସାରାରେ ଚାଲିଛି ବ୍ୟବସାୟ, ବିକ୍ରି ହେଉଛନ୍ତି ବୟଫ୍ରେଣ୍ଡ୍, ଦରମା ଦେଲେ କରୁଛନ୍ତି ସବୁକିଛି, ଜାଣନ୍ତୁ ପୂରା ଖବର

 
Bhada re boyfriend

ବଦଳିବାକୁ ଲାଗିଛି ପ୍ରେମର ପରିଭାଷା, ଅନ୍ୟ ସମସ୍ତ ଚାକିରୀ ଭଳି ଏବେ ବୟଫ୍ରେଣ୍ଡ ହେବାର ଚାକିରୀ କରୁଛନ୍ତି ଏହି ଯୁବକ। ଜୁଲି ନାମକ ଏହି ମହିଳା ନିଜ ପାଇଁ ଜଣେ ପେଡ୍ ବୟଫ୍ରେଣ୍ଡ ରଖିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜୁଲିଙ୍କ ବୟସ ୪୪ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ବୟସ ମାତ୍ର ୨୯ ବର୍ଷ ଅଟେ। ଜୁଲି ନିଜ ପ୍ରେମିକ ଦ୍ୱାରା ଘର କାମ ଠାରୁ ଆରମ୍ଭ କରି ବାହାର କାମ ପର୍ଯ୍ୟନ୍ତ ସମସ୍ତ କାମ କରାଇଥାନ୍ତି।

Paid boyfreind

ଏହି ମହିଳା ଜଣକ @julie.withthebooty ନାମରେ ଥିବା ତାଙ୍କ ଟିକ୍ ଟକ୍ ଆକାଉଣ୍ଟରେ ନିଜ ବୟଫ୍ରେଣ୍ଡ୍‌ଙ୍କ ବିଷୟରେ ଅନେକ କଥା କହିଛନ୍ତି। ତାଙ୍କ ବୟଫ୍ରେଣ୍ଡ ଘର ପୋଛା ମାରିବା, ରୋଷେଇ କରିବା ସହ ପୁଲ୍ ସଫା କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାଏ ବୋଲି ସେ କହିଛନ୍ତି। ଏଥିପାଇଁ ମାସକୁ ସେ ପ୍ରାୟ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି ଜୁଲି ସୂଚନା ଦେଇଛନ୍ତି।

Boyfreind

ନିଜ ପ୍ରେମିକକୁ ଏଭଳି ଭାବରେ କାମ କରୁଥିବା ଏବଂ ସେମାନଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାର କଡା ଜବାବ ଦେଇଛନ୍ତି ଜୁଲି। ସେମାନଙ୍କ ବୟସରେ ବହୁତ ବ୍ୟବଧାନ ଥିବାରୁ ପ୍ରେମିକ ତାଙ୍କୁ ଛାଡ଼ି ଚାଲିଯିବାର ଭୟ ଅଛି ବୋଲି ଲୋକେ କହୁଥିବା ବେଳେ ଏ କଥାକୁ ନେଇ ମତେ ନୁହେଁ ବରଂ ମୋ ବୟଫ୍ରେଣ୍ଡର ଭୟ ରହିବା ଉଚିତ ବୋଲି ଜୁଲି କହିଛନ୍ତି।