ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ଯାଇ କନେଷ୍ଟବଳ ପ୍ରେମରେ ପଡିଗଲେ ସ୍ତ୍ରୀ, ଆଉ ତାପରେ..ଜାଣନ୍ତୁ ପୂରା ଘଟଣା

 
Stree ferar

ସ୍ୱାମୀକୁ ମୁକୁଳାଇବାକୁ ଯାଇ କନେଷ୍ଟବଳ ସହିତ ଫେରାର ହୋଇଗଲା ସ୍ତ୍ରୀ। କଥାଟି ଶୁଣିବା ପାଇଁ ବିଚିତ୍ର ଲାଗୁଥିଲେ ହେଁ ଏହିଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର କପିଳେଶ୍ୱର ଅଞ୍ଚଳରେ ଘଟିଛି। ଏହି ମହିଳା ଜଣକ କେବଳ ସ୍ୱାମୀ ନୁହେଁ ବରଂ ନିଜର ୧୦ ବର୍ଷର ପୁଅକୁ ପଛରେ ପକାଇ ଅନ୍ୟଜଣଙ୍କ ସହିତ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Arrested

ମିଳିଥିବା ସୂଚନା ଅନୁଯାଇ ନିଆଳି ଅଞ୍ଚଳର ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର ପୁଅ ସହିତ କପିଳେଶ୍ବର ଅଞ୍ଚଳରେ ଭଡ଼ାରେ ରହୁଥିଲେ। କିଛି ଦିନ ତଳେ ସେ କଫ୍‌ ସିରପ୍‌ ବିକିବାକୁ ପଶ୍ଚିମବଙ୍ଗ ଯାଇଥିବାବେଳେ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା। ଜେଲ୍‌ର ଜଣେ କନେଷ୍ଟବଳ ତାଙ୍କ ବ୍ୟକ୍ତିଗତ ଫୋନରୁ ଅଭିଯୁକ୍ତର ସ୍ତ୍ରୀଙ୍କୁ ଫୋନ୍‌ କରି ଗିରଫ ଖବର ଦେଇଥିଲେ। ମହିଳା ଜଣକ ମଧ୍ୟ ନିଜ ସ୍ୱାମୀଙ୍କୁ ମୁକାଳିବା ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ।

Eloped

କିନ୍ତୁ, ସେଠାରେ ପହଞ୍ଚିବା ପରେ ଉକ୍ତ କନଷ୍ଟେବଳ ଏବଂ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଣେ ଅଭିଯୁକ୍ତ ସ୍ୱାମୀକୁ ଜାମିନ ମିଳିବା ପରେ ସେ ଘରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଖୋଜିଥିଲେ। ମାତ୍ର ସ୍ତ୍ରୀର ସନ୍ଧାନ ନ ପାଇଁ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ କରି ପଶ୍ଚିମବଙ୍ଗ ମେଦିନୀପୁରରୁ ନିଖୋଜ ମହିଳାଙ୍କୁ ଠାବ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।