ମାଛ ଖାଇ ନିଜ ଶରୀରର ୪ଟି ଅଙ୍ଗ ହରାଇଲେ ମହିଳା, ମାଛ ଅଚଳ କରିଦେଉଛି ଅଙ୍ଗକୁ, ଜାଣନ୍ତୁ ପୁରା ଖବର

 
Fish

ମାଛ ଖାଇ ହରାଇଥାନ୍ତେ ଜୀବନ। ଜୀବନ ବଞ୍ଚି ସିନା ଗଲା ହେଲେ ବଳି ପଡ଼ିଗଲା ୪ଟି ଅଙ୍ଗ। ମହିଳା ଜଣକ ମାଛ ଖାଇ ନିଜର ୪ଟି ଅଙ୍ଗ ଯଥା ଦୁଇଟି ହାତ ଓ ଦୁଇଟି ଗୋଡ ହରାଇ ବସିଛନ୍ତି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କିମ୍ବା ମିଛ ଲାଗୁଥାଇ ପାରେ। ହେଲେ ଏପରି ଘଟଣା ଘଟି ସାରିଛି।

ଆଜ୍ଞା ହଁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କାଲିଫର୍ଣ୍ଣିଆରେ। ସେଠାରେ ଜଣେ ୪୦ବର୍ଷୀୟ ମହିଳା ନାମ - ନୋରା ବାରଜ୍ଜ୍, ମାଛ ଖାଇ ନିଜର ଦୁଇଟି ହାତ ଓ ଦୁଇଟି ଗୋଡ ହରାଇ ବସିଛନ୍ତି।
Fish
ମାଛରେ ସାଧାରଣତଃ ଓମେଗ ୩ , ଫାଟିଏସିଡ ,ଭିଟାମିନ ଡି ୩ ଆଦି ରହିଥାଏ। ଯାହା ବେଳେ ବେଳେ ଡ଼ାକ୍ତର ମଧ୍ୟ ଖାଇବାକୁ ନିର୍ଦ୍ଦେଶ ଦିଅନ୍ତି। ତେବେ ଏକ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଯାହା ସେଠାକାର ଲୋକଙ୍କ ମନରେ ମାଛ ଖାଇବା ପାଇଁ ଭୟ ସୃଷ୍ଟି କରିଛି।
କୁହାଯାଉଛି ନୋରା ଖାଇଥିବା ମାଛଟି ଦୂଷିତ ଥିଲା। ଯେଉଁଥିରେ ରିଭିଓ ବୁଲିଫିକସ ନାମକ ଏକ ବ୍ୟାକ୍ଟେରିଆ ରହିଥିଲା।
ମାଛଟି ଠିକ୍ ଭାବେ ରନ୍ଧା ନ ଯାଇଥିବାରୁ କିଛି ମାତ୍ରାରେ ବ୍ୟାକ୍ଟେରିଆ ରହି ଯାଇଥିଲା ମାଛରେ। ଯାହାକୁ ଖାଇବା ପରେ ୬ ମାସର ଶିଶୁର ମାଆ ନୋରା ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ କାଟି ଦେଇଛନ୍ତି।
Fish
ଆପଣଙ୍କୁ ଜଣେଇ ରଖୁଛୁ ଯେ ବୁଲିଫିକସ୍ ବ୍ୟାକ୍ଟେରିଆ ସାଧାରଣତଃ ଅଧା ରନ୍ଧା ଯାଇଥିବା ସମୁଦ୍ର ମାଛରେ ରହିଯାଏ। ଯାହା ଶରୀର ପାଇଁ ଅତି କ୍ଷତିକାରକ ଅଟେ। ତେଣୁ ଆମିଷ ଭକ୍ଷଣ କରୁଥିବା ସମୟରେ ସାବଧାନ ସହିତ ଭଲ ଭାବରେ ରନ୍ଧା ଯାଇଥିବା ଖାଦ୍ୟ ହିଁ ଖାଆନ୍ତୁ।